Site icon ଆଜିକାଲି

ବାଙ୍କେଶ୍ୱରୀ ଘାଟିରେ ଭ୍ୟାନ୍ ଓଲଟି ଜଣେ ମୃତ, ୪ ଗୁରୁତର

ବ୍ରହ୍ମପୁର: ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ବାଙ୍କେଶ୍ୱରୀ ଘାଟିରେ ଭକ୍ତମାନେ ମନ୍ଦିରକୁ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଏଥିରେ ଖଇରପଙ୍କ ଗ୍ରାମର ଲିଙ୍ଗା କନିଆରୀ ନାମକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କ ସହ ମା’ ବାଙ୍କେଶ୍ୱରୀଙ୍କ ଦର୍ଶନ ସକାଶେ ଯାଉଥିବା ଆଉ ୪ ଜଣ ଭକ୍ତ ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି।

ଏକ ଗାଡ଼ିରେ ଚିକିଟି ବ୍ଲକ୍ ଗଡଗୋବିନ୍ଦପୁର ପଞ୍ଚାୟତ ଧାନ୍ୟରାଶି ଗ୍ରାମରୁ ଶ୍ରଦ୍ଧାଳୁଙ୍କୁ ନେଇ ଗାଡ଼ି ବାଙ୍କେଶ୍ୱରୀ ପୀଠକୁ ଯାଉଥିବା ବେଳେ ଘାଟିରେ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଆହତମାନଙ୍କୁ ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡାକ୍ତରଖାନାରେ ଲିଙ୍ଗାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।

Exit mobile version