Site icon ଆଜିକାଲି

ପେଟ୍ରୋଲ ପମ୍ପରେ ଭଙ୍ଗାରୁଜା, ବନ୍ଧାହେଲେ ୪ ଅଭିଯୁକ୍ତ

ଭୁବନେଶ୍ବର : ଭୁବନେଶ୍ବର ଲକ୍ଷ୍ମୀସାଗର ପେଟ୍ରୋଲ ପମ୍ପରେ ଆତଙ୍କ ଖେଳାଇବା ଘଟଣାରେ ୪ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଅଭିଯୁକ୍ତଙ୍କୁ ଲକ୍ଷ୍ମୀସାଗର ଥାନା ପୋଲିସ ଗିରଫ ହୋଇଛନ୍ତି । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଭୁବନେଶ୍ବର କଟକ ରୋଡ୍ ପେଟ୍ରୋଲ ପମ୍ପରେ ଘଟିଥିଲା ଆତଙ୍କରାଜ । ପେଟ୍ରୋଲ ପମ୍ପରେ ଆତଙ୍କ ଖୋଳାଇଥିଲେ ଅଭିଯୁକ୍ତ । ପେଟ୍ରୋଲ ପକାଇବାକୁ ନେଇ ଝାରପଡାର କିଛି ଯୁବକ ଭିଆଇଥିଲେ ଗଣ୍ଡଗୋଳ । ଇଟା, ପଥର ଫିଙ୍ଗି ପେଟ୍ରୋଲ ପମ୍ପରେ କରିଥିଲେ ଭଙ୍ଗାରୁଜା । ସିସିଟିଭି ଫୁଟେଜ୍ ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା ପୋଲିସ । ଝାରପଡା ଓ କେସୁରା ଗାଁର ଯୁବକଙ୍କ ସମ୍ପୃକ୍ତି ନେଇ ସୂଚନା ମିଳିଥିଲା । ପେଟ୍ରୋଲ ପମ୍ପ କର୍ମଚାରୀ ଏନେଇ ଲକ୍ଷ୍ମୀସାଗର ଥାନାରେ ଏତଲା ଦେଇଥିଲେ । ଏତଲା ଆଧାରରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ ।

Exit mobile version