Site icon ଆଜିକାଲି

ଯାଜପୁର ବୈତରଣିରୋଡ ନିକଟରେ ଅଟକିଲା ବନ୍ଦେ ଭାରତ ଟ୍ରେନ୍

ଭଦ୍ରକ : ଯାଜପୁର ବୈତରଣିରୋଡ ନିକଟରେ ଅଟକିଲା ବନ୍ଦେ ଭାରତ ଟ୍ରେନ୍। ଯାତ୍ରୀଙ୍କୁ ନେଇଯାଉଥିବା ବେଳେ ଇଞ୍ଜିନରୁ ବିଦ୍ୟୁତ ତାରକୁ ସଂଯୋଗ କରୁଥିବା ଯନ୍ତ୍ରାଂଶରେ ତ୍ରୁଟି ଯୋଗୁ ଟ୍ରେନ୍‌ଟି ଅଧାରେ ଅଟକି ରହିଥିଛି। ଅସୁବିଧା ନେଇ ରେଳବାଇ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନଥିବା ବେଳେ ଟେକନିକାଲ ଟିମକୁ ଘଟଣାସ୍ଥଳକୁ ପଠାଯାଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ଟ୍ରେନ୍‌ରେ ବିଦ୍ୟୁତ୍ ସଂଯୋଗ ହୋଇପାରି ନାହିଁ। ଟ୍ରେନ୍‌ ଭିତରେ ଲୋକେ ଅନ୍ଧାର ଭିତରେ ରହିଥିବା ଦେଖିବାକୁ ମିଳିଛି। ୪.୩୫ରୁ ଟ୍ରେନ୍‌ଟେ ବୈତରଣୀରୋଡ୍ ପୋଲ ଉପରେ ଅଟକି ରହିଥିବା ବେଳେ ଟ୍ରେନ୍‌କୁ ଚାଲୁ କରିବାକୁ ଉଦ୍ୟମ ଜାରି ରହିଛି। କାଳ ବୈଶାଖୀ ଯୋଗୁ ବର୍ଷା ଓଭରହେଡ୍ ୱାରିଂରେ ଗଢ଼ ପଡ଼ିଯିବାରୁ ପାୱାର ସପ୍ଲାଏ ବନ୍ଦ ହୋଇଯାଇଥିବା ସୂଚନା ମିଳିଛି।

Exit mobile version