Site icon ଆଜିକାଲି

ଚଳିତ ବର୍ଷ ସୁଦ୍ଧା ରାଜ୍ୟର ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟରେ ଆରମ୍ଭ ହେବ ଭିସି ବ୍ୟବସ୍ଥା

ଭୁବନେଶ୍ୱର : ଚଳିତ ବର୍ଷ ସୁଦ୍ଧା ରାଜ୍ୟର ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟରେ ଆରମ୍ଭ ହେବ ଭିଡିଓ କନଫରେନ୍ସ (ଭିସି) ବ୍ୟବସ୍ଥା କରାଯିବ। ମୁଖ୍ୟମନ୍ତ୍ରୀଙ୍କ ‘୫-ଟି’ ଉପକ୍ରମ ଆଧାରରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଏହି ମହତ୍ୱାକାଂକ୍ଷୀ ପ୍ରକଳ୍ପ ହାତକୁ ନିଆଯାଇଛି। ଓକାକ୍‌‌ ପକ୍ଷରୁ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବା ପରେ ଜିଲ୍ଲା ଓ ବିଭାଗର ମୁଖ୍ୟ ଦପ୍ତର ସମେତ ଅନ୍ୟ ବିଭାଗ ସହିତ ପଞ୍ଚାୟତ କାର୍ଯ୍ୟାଳୟ ଯୋଡ଼ିହେବ। ଏଥିସହ ପଞ୍ଚାୟତି ରାଜ ବିଭାଗ ଅଧୀନରେ ଥିବା ସମସ୍ତ ବିଭାଗର କାର୍ଯ୍ୟକ୍ରମକୁ ନେଇ ଡାଟା ସେଣ୍ଟର ପ୍ରତିଷ୍ଠା କରାଯିବ।

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ସଚିବ ସୁଶୀଲ କୁମାର ଲୋହାନୀ କହିଥିଲେ, ସାମ୍ପ୍ରତିକ ପରିସ୍ଥିତିରେ ଭିଡିଓ କନଫରେନ୍ସ ଏକ ଜରୁରୀ ବ୍ୟବସ୍ଥା। ପ୍ରଶାସନିକ କାର୍ଯ୍ୟକୁ ଏହା ବେଶ୍‌‌ ସରଳ ଏବଂ ପ୍ରଭାବୀ କରିପାରୁଛି। ଏହାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଭିଡିଓ କନଫରେନ୍ସ ବ୍ୟବସ୍ଥା କରିବା ପାଇଁ ପଦକ୍ଷେପ ନିଆଯାଉଛି। ନିକଟରେ ଭାରତ ସରକାରଙ୍କ ଦୂର ସଞ୍ଚାର ବିଭାଗର ଅଧିକାରୀଙ୍କ ଠାରୁ ହସ୍ତଗତ ତଥ୍ୟ ଅନୁସାରେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୯୫% ପଞ୍ଚାୟତରେ ବ୍ରଡ୍‌‌ବ୍ୟାଣ୍ଡ ସଂଯୋଗ ପହଞ୍ଚି ସାରିଛି। କିଛି କିଛି ସ୍ଥାନରେ ସଂଯୋଗ ମିଳି ନଥିଲେ ସୁଦ୍ଧା କେବୁଲ ପହଞ୍ଚି ସାରିଛି। ତେଣୁ ଭିଡିଓ କନଫରେନ୍ସିଂ ବ୍ୟବସ୍ଥା ଆରମ୍ଭ କରିବାରେ ସମସ୍ୟା ନାହିଁ।

Exit mobile version