Site icon ଆଜିକାଲି

ଆଜିଠୁ ପୁଣି ଗାଡି ଚେକିଂ କଡାକଡି

ଭୁବନେଶ୍ୱର : ଆଜିଠୁ ପୁଣି କଡାକଡି ହୋଇଛି ଗାଡି ଚେକିଂ। ବୃଦ୍ଧି ପାଉଥିବା ସଡକ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆଜିଠାରୁ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ପୂର୍ବାହ୍ନ ଓ ଅପରାହ୍ନରେ କଡାକଡି ହେବ ଯାଞ୍ଚ।

ଦ୍ରୁତଗତିରେ ଗାଡି ଚଲାଇବା, ହେଲମେଟ ନପିନ୍ଧିବା, ଗାଡି ଚଲାଇବା ସମୟରେ ଫୋନରେ କଥାହେବା ଓ ଟ୍ରାଫିକ ନିୟମ ଉଲ୍ଲଂଘନ ଆଦି ଉପରେ କଡା ନଜର ରଖାଯିବ । ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ୩ ମାସ ପର୍ଯ୍ୟନ୍ତ ବାତିଲ ହେବ ଡ୍ରାଇଭିଂ ଲାଇସେନ୍ସ । ଏଥିସହ ଜରିମାନା ବି ଦେବାକୁ ପଡ଼ିବ ।

ସକାଳ ୯ରୁ ୨ଟା ଏବଂ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ଯାଞ୍ଚ କରାଯିବ । ସଡକ ଦୁର୍ଘଟଣା ବୃଦ୍ଧିକୁ ନେଇ ସୁପ୍ରିମକୋର୍ଟ କମିଟି ଚିନ୍ତା ପ୍ରକଟ କରିବା ସହ ଯାଞ୍ଚକୁ କଡାକଡି କରିବାକୁ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଯାଞ୍ଚ କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Exit mobile version