Site icon ଆଜିକାଲି

ନୂଆ ବର୍ଷରୁ ଆସିବ ନୂଆ ନିୟମ! ନୂଆ ଗାଡ଼ିରେ ଲାଗିବ ଭେଇକିଲ୍ ଲୋକେସନ୍ ଟ୍ରାକିଂ ଡିଭାଇସ୍

ଭୁବନେଶ୍ୱର : ନୂଆ ବର୍ଷରୁ ଆସିବ ନୂଆ ନିୟମ ! ଜାନୁଆରୀ ପହିଲାରୁ ପଞ୍ଜୀକରଣ ହେବାକୁ ଥିବା ନୂଆ ଗାଡ଼ିରେ ଲାଗିବ ଭେଇକିଲ୍ ଲୋକେସନ୍ ଟ୍ରାକିଂ ଡିଭାଇସ୍ (VLTD)। ଆଜି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

ଗାଡ଼ି ଷ୍ଟାର୍ଟ ହେବା ପରେ ଯଦି କିଛି ସମସ୍ୟା ରହେ ଯେପରିକି ଗାଡି କେତେ ବେଗରେ ଚାଲୁଛି, କେଉଁଠି ରହିଲା, କୁଆଡେ ଗଲା, କୌଣସି ବିପଦ ଆଶଙ୍କା କରି ଯାତ୍ରୀ ଏମର୍ଜେନ୍ସି ବଟନ୍ ଦବାଇଲେ ଗାଡି ସଂପର୍କିତ ସୂଚନା କଣ୍ଟ୍ରୋଲ ସେଣ୍ଟରକୁ ଆସିବ।

ତେବେ ୩୧.୧୨.୨୦୨୩ ବା ତା’ ପୂର୍ବରୁ ପଞ୍ଜିକୃତ ହୋଇଥିବା ଗାଡ଼ି ଗୁଡ଼ିକରେ ଆସନ୍ତା ବର୍ଷ ଜୁନ୍ ୩୦ ସୁଦ୍ଧା VLTD ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

Exit mobile version