Site icon ଆଜିକାଲି

ପରଲୋକରେ ମାଲାୟଲମ୍‌ର ଜଣାଶୁଣା ନିର୍ଦ୍ଦେଶକ ବିନୁ

ମୁମ୍ଵାଇ : ମାଲାୟାଲମ୍ ସିନେମାରୁ ଏକ ଅତ୍ୟନ୍ତ ଦୁଃଖଦ ଖବର । ପରଲୋକରେ ଜଣେ ଜଣାଶୁଣା ନିର୍ଦ୍ଦେଶକ ବିନୁ । ସେ ଏହି ଚଳଚ୍ଚିତ୍ରରେ ନିର୍ଦ୍ଦେଶକ ସୁରେଶଙ୍କ ସହ ସହଯୋଗ କରିଥିଲେ । କିଛି ହିଟ୍ ଫିଲ୍ମ ମଧ୍ୟ ଦେଇଥିଲେ କିନ୍ତୁ ଜାନୁଆରୀ ୧୦ରେ ସେ ଦୁନିଆକୁ ଅଲବିଦା ଦେଇଥିଲା। ନିକଟରେ ତାଙ୍କୁ କୋଏମ୍ବାଟୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସାମାନ୍ୟ ଅସୁସ୍ଥତା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା।

ରିପୋର୍ଟ ଅନୁଯାୟୀ ପେଟରେ କିଛି ଅସୁସ୍ଥତା ହେତୁ ବିନୁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ନିର୍ଦ୍ଦେଶକ ସଂଘ ଏହାର ଅଫିସିଆଲ୍ ଫେସବୁକ୍ ପେଜରେ ସେୟାର କରାଯାଇଛି । ଏକ ନୋଟରେ ଲେଖାଯାଇଛି ବିନୁଙ୍କର ଦେହାନ୍ତ ହୋଇଛି । ଯାହାର ନିର୍ଦ୍ଦେଶକ ସୁରେଶଙ୍କ ସହ ଯୋଡି ପ୍ରସିଦ୍ଧ ଥିଲା। ଜାନୁଆରୀ ୧୦ ରେ ସେ କୋଏମ୍ବାଟୁରର ଏକ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

Exit mobile version