Site icon ଆଜିକାଲି

ଅବସରପ୍ରାପ୍ତ ସୈନିକ ସଂଘ ପକ୍ଷରୁ ୩ ଦଫା ଦାବିପତ୍ର

କେନ୍ଦୁଝର ଜିଲ୍ଲା ଅବସରପ୍ରାପ୍ତ ସୈନିକ ସଂଘ ପକ୍ଷରୁ ଆଜି ୩ ଦଫା ଦାବିପତ୍ର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କୁ ପ୍ରଦାନ କରାଯାଇଛି । ସଂଘର ଉପ ସଭାପତି ଅବୈତନିକ କ୍ୟାପଟେନ ଦୋଳଗୋବିନ୍ଦ ପାତ୍ର ଓ ସମ୍ପାଦକ ଚନ୍ଦ୍ରମଣି ଦଳେଇଙ୍କ ନେତୃତ୍ବରେ ୨୦ରୁ ଉର୍ଦ୍ଧ୍ବ ଅବସରପ୍ରାପ୍ତ ସୈନିକ ସାଂସଦଙ୍କୁ ଦାବିପତ୍ର ପ୍ରଦାନ କରି ଦାବି ସମ୍ପର୍କରେ ଆଲୋଚନା କରିଥିଲେ । ଦାବି ଗୁଡିକ ହେଲା, ସେନାର ସମସ୍ତ ପଦବି ପାଇଁ ସମାନ ଏମଏସପି ପ୍ରଦାନ, ଓଆରଓପି-୨ର ସଂଶୋଧନ ଏବଂ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ଅବସର ନେଇଥିବା ସୈନିକଙ୍କୁ ଓଆରଓପି-୨ ରେ ସାମିଲ କରିବା । ସଂଘର ବିଧାନ ପଟ୍ଟନାୟକ, ଉପେନ୍ଦ୍ର ମହାନ୍ତ, ଜୟକୃଷ୍ଣ ମହାନ୍ତ, ଶୁଭାଶିଷ ଚକ୍ରବର୍ତୀ, ଦିଲୀପ ମହାନ୍ତ, ଅରୁଣ କୁମାର ରାଉତ, ମାର୍କଣ୍ଡ ସାମଲ, ବିଜୟ ରାଣା, ଚକ୍ରଧର ମହାନ୍ତ, ବଳଭଦ୍ର ମହାକୁଡ଼ ପ୍ରମୁଖ ଏଥିରେ ସାମିଲ ହୋଇଥିଲେ।

Exit mobile version