Site icon ଆଜିକାଲି

କୋଟିପତି ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର – ବିପୁଳ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଭୁବନେଶ୍ୱରର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କୁ ବାନ୍ଧିଛି ଭିଜିଲାନ୍ସ। ଗତକାଲି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଓ ବ୍ରହ୍ମପୁରର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ। ଚଢାଉ ବେଳେ ପ୍ରଶାନ୍ତ ଗନ୍ତାୟତଙ୍କ କୋଟି କୋଟି କଳା ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ଚଢାଉରେ ପ୍ରଶାନ୍ତଙ୍କ ଦୁଇଟି କୋଠା, ୨ଟି ଫ୍ଲାଟ୍, ୫ଟି ପ୍ଲଟ୍, ୧ କୋଟି ୪୮ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍, ୫୩୬ ଗ୍ରାମ ସୁନା, ନଗଦ ୧ କୋଟି ୨୧ ଲକ୍ଷ ଟଙ୍କା, ଗୋଟିଏ ଚାରିଚକିଆ ଯାନ ଆଦି ଠାବ କରିଥିଲା ଭିଜିଲାନ୍ସ।

Exit mobile version