Site icon ଆଜିକାଲି

ଆୟ ବହିର୍ଭୂତ ସଂପତ୍ତି ମାମଲାରେ ସହକାରୀ ଯନ୍ତ୍ରୀ ଗିରଫ

ଭୁବନେଶ୍ୱର: ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ଗିରଫ ହୋଇଛନ୍ତି ଭବାନୀପାଟଣା ଜିପିଏଚ ସେକ୍ସନର ସହକାରୀ ଯନ୍ତ୍ରୀ କିଶୋର ଚନ୍ଦ୍ର ସାହୁ। ତାଙ୍କ ଘରେ ଓ କାର୍ଯ୍ୟାଳୟରେ ଚଢ଼ାଉ ପରେ ବିପୁଳ ପରିମାଣର ଆୟ ବହିର୍ଭୂତ ସଂପତ୍ତି ଠାବ କରିଛି ଭିଜିଲାନ୍ସ। ତାଙ୍କ ଆୟ ବହିର୍ଭୂତ ସଂପତ୍ତିର ପରିମାଣ ୩୧୩ ପ୍ରତିଶତ ବୋଲି ଭିଜିଲାନ୍ସ ଚଢ଼ାଉ ପରେ ଜଣାପଡିଛି । ସହକାରୀ ଯନ୍ତ୍ରୀଙ୍କୁ ଗିରଫ କରାଯାଇ ଭବାନୀପାଟଣାର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ କୋର୍ଟ ଚାଲାଣ କରାଯାଇଛି। ଗତକାଲି କିଶୋରଙ୍କ ଅଫିସ ଓ କାର୍ଯ୍ୟାଳୟରେ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ୍।

Exit mobile version