Site icon ଆଜିକାଲି

ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ରାଜସ୍ୱ ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀଙ୍କୁ ଗିରଫ କଲା ଭିଜିଲାନ୍ସ। ବର୍ତ୍ତମାନ ରାଜସ୍ୱ ଓ ପରିଚାଳନା ବିଭାଗରେ କାର୍ଯ୍ୟରତ ଥିବା ଗଞ୍ଜାମ ଜିଲ୍ଲା ବୁଗୁଡ଼ାର ପୂର୍ବତନ ତହସିଲଦାର ସଂଗ୍ରାମ ଜେନାଙ୍କୁ ଗିରଫ କରାଯାଇଛି। ଗତକାଲି ତାଙ୍କର ବିଭିନ୍ନ ଠିକଣାରେ ଏକକାଳୀନ ଚଢ଼ାଉ କରି ବିପୁଳ ପରିମାଣର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ ଟିମ୍ । ସଂଗ୍ରାମ ଜେନାଙ୍କ ୧୯୭ ପ୍ରତିଶତ ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଛି।

Exit mobile version