Site icon ଆଜିକାଲି

ନିଜ ସ୍କୁଲ କର୍ମଚାରୀଙ୍କ ଠାରୁ ଲାଞ୍ଚ ନେବାବେଳେ ପ୍ରଧାନଶିକ୍ଷକଙ୍କ ଧରିଲା ଭିଜିଲାନ୍ସ

ଭୁବନେଶ୍ୱର – ଭିଜିଲାନ୍ସ ଜାଲରେ ସରକାରୀ ହାଇସ୍କୁଲର ପ୍ରଧାନଶିକ୍ଷକ । କେନ୍ଦ୍ରାପଡା ସରକାରୀ ହାଇସ୍କୁଲର ପ୍ରଧାନଶିକ୍ଷକ ନିରଞ୍ଜନ ଅଟି ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସ୍କୁଲର ଜଣେ କର୍ମଚାରୀଙ୍କ ଦ୍ୱିତୀୟ ପର୍ଯ୍ୟାୟ ଘର ନିର୍ମାଣ ଋଣ ପ୍ରଦାନ ପାଇଁ ପ୍ରଧାନଶିକ୍ଷକ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ି ବସିଥିଲା । ତାଙ୍କଠାରୁ ସମ୍ପୂର୍ଣ ଲାଞ୍ଚ ଟଙ୍କା ଜବତ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ପ୍ରଧାନଶିକ୍ଷକଙ୍କ ଘର ସମେତ ୪ଟି ଜାଗାରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ। ପ୍ରଧାନଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

Exit mobile version