Site icon ଆଜିକାଲି

ଲାଞ୍ଚ ନେବାବେଳେ ମହିଳା ଏଏସଆଇଙ୍କୁ ଧରିଲା ଭିଜିଲାନ୍ସ

ଭୁବନେଶ୍ୱର : ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପୋଲିସ କର୍ମଚାରୀ। ସହିଦନଗର ଥାନାର ମହିଳା ଏଏସଆଇଙ୍କୁ ଧରିଛି ଭିଜିଲାନ୍ସ ଟିମ୍। ଏଏସଆଇ ମମତା ବସ୍ତିଆ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଥିଲେ । ଏକ ମାମଲାର ରଫାଦଫା ପାଇଁ ସେ ଜଣେ ମହିଳାଙ୍କଠାରୁ ଏହି ଲାଞ୍ଚ ଟଙ୍କା ଗ୍ରହଣ କରୁଥିଲେ । ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ମହିଳା ଏଏସଆଇଙ୍କ ଦୁଇଟି ଠିକଣାରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ।

Exit mobile version