Site icon ଆଜିକାଲି

ଆୟ ବହିର୍ଭୂତ ସଂପତ୍ତି ଅଭିଯୋଗରେ ଗାଇସିଲେଟ ଆଇଆଇସିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବରଗଡ଼ : ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଆଇଆଇସି ବୀରବର ଭଗତଙ୍କ ଘର ଓ ଅନ୍ୟାନ୍ୟ ଠିକଣାରେ ଆଜି ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ । ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା ଅନ୍ତର୍ଗତ ଅନୁଗୁଳିଆପଡା ସ୍ଥିତ ଆବାସିକ କୋଠା, ବରଗଡ଼ ଗାଇସିଲେଟର ଶ୍ରୀଭଗତ ସରକାରୀ କ୍ୱାର୍ଟର, ଶ୍ରୀଭଗତ ଅଫିସ ପ୍ରକୋଷ୍ଠ, କବ୍ରାପାଲିରେ ଥିବା ଶ୍ରୀଭଗତ ଫାର୍ମ ହାଉସରେ ଏକକାଳୀନ ଚଢ଼ାଉ ଚାଲିଛି। ଚଢ଼ାଉରେ ଦୁଇ ଜଣ ଡିଏସପି, ୭ ଇନ୍ସପେକ୍ଟର, ୨ ଏଏସ ଆଇ ଓ ଅନ୍ୟ ଭିଜିଲାନ୍ସ କର୍ମଚାରୀ ସାମିଲ ହୋଇଛନ୍ତି।

Exit mobile version