Site icon ଆଜିକାଲି

ମହିଳା କନେଷ୍ଟବଳ ନିଲମ୍ବିତ, ମୁଦାଲାଙ୍କୁ ଲାଞ୍ଚ ମାଗିବାର ଅଡିଓ ହୋଇଥିଲା ଭାଇରାଲ୍

କେନ୍ଦୁଝର, କେନ୍ଦୁଝର ର ଭିଜିଲାନ୍ସ ବିଭାଗ ର ମହିଳା କନେଷ୍ଟବଳ ସାଗରିକା ବାରିକ ଜଣେ ମୁଦାଲା ଙ୍କୁ ଲାଞ୍ଚ ମାରିବାର ଅଡିଓ ଭାଇରାଲ ଘଟଣା ଜଣା ପଡ଼ିବା ପରେ ତାଙ୍କୁ ପ୍ରଥମେ ତୁରନ୍ତ ବାଲେଶ୍ୱର ଭିଜିଲାନ୍ସ ହେଡକ୍ୱାଟର କୁ ବଦଳି କରାଯିବା ସହ ପ୍ରାଥମିକ ତଦନ୍ତ ପରେ ସାକରିବାକୁ ନିଲମ୍ବନ କରାଯାଇଥିବା ସହ ଅଧିକ ତଦନ୍ତ ଜାରୀ ରହିଥିବା
ସୂଚନା ଦେବା ଭିଜିଲାନ୍ସ ଏସପି ନରହରି ନାୟକ । ଏହା ସହ ଅଡିଓ ରେ ମହିଳା କନେଷ୍ଟବଳ ଯେଉଁମାନଙ୍କ ନାମ ନେଉଛିନ୍ତି ସେ ସମ୍ପର୍କ ରେ ମଧ୍ୟ ତଦନ୍ତ ହେବ ବୋଲି ସେ ସୂଚନା ଦେଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ଗତ କିଛି ଦିନ ଧରି ସରା କେନ୍ଦୁଝର ଜିଲାରେ ଭିଜିଲାନ୍ସ ବିଭାଗ ର ମହିଳା କନେଷ୍ଟବଳ ସାଗରିକା ବାରିକ ଙ୍କ ଆଡ଼ିଓ ଏ ମୋବାଇଲ ରୁ ସେ ମୋବାଇଲ କୁ ଘୁରି ବୁଲୁଛି । ଆଉ ସେ କଥା ହେଉଥିବା ବ୍ୟକ୍ତି ଜଣକ ଭିଜିଲାନ୍ସ ଜାଲରେ ପଡିଥିବା ଜଣେ ବ୍ୟକ୍ତି ବୋଲି ଜଣାପଡିଛି । ଯାହାଙ୍କର ମାମଲା ଏବେ କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ବିଚାରଧୀନ ରହିଛି । ମୋବାଇଲ ମାଧ୍ୟମ ରେ ମାମଲାକୁ ରଫାଦଫା କରିବାକୁ ଏବଂ କେଶ କିପରି ଦୁର୍ବଳ ହେବ ସେଥିପାଇଁ ସାକ୍ଷୀ ମାନଙ୍କୁ ପ୍ରଭାବିତ କରିବାକୁ କିଛି ମାଲ ଖର୍ଚ୍ଚ କରିବାକୁ ପଡିବବୋଲି ମହିଳା କର୍ମଚାରୀ ଜଣଙ୍କ କହୁଥିବା ଅଡିଓ ରେ ଶୁଣା ଯାଉଛି। ଉପରୁ ତଳ ପର୍ଯ୍ୟନ୍ତ ସରକାରୀ ଓକିଲ ସମସ୍ତେ ନେବେ, କେତେ ଖର୍ଚ୍ଚ କରିପାରିବ ବୋଲି ମହିଳା କର୍ମଚାରୀ ପଚାରୁଛନ୍ତି । ମୁଁ ସବୁ କରେଇ ପାରିବି ଆଗରୁ ଏମିତି ବହୁତ ଲୋକଙ୍କ କାମ କରାଯାଇଛି ବୋଲି କହୁଛନ୍ତି । ମହିଳା ଜଣଙ୍କ ଟଙ୍କା ପାଇଁ ଏତେ ତଳକୁ ଖସି ଯାଇଛନ୍ତି ଯେ ଦୁନିଆରେ କେହି ସୋଚଟନୁଁହଁ , ଏପରିକି ତାଙ୍କ ବାପା ମା ବି ମିଛୁଆ, ମିଛ କହି ତାଙ୍କୁ ଜନ୍ମ କରିଥିବା ବେଳେ ନରେନ୍ଦ୍ର ମୋଦି କି ଅମ୍ବାନୀ କେହି ସୋଚଟ ନୁଁହଁ ବୋଲି କହିବା ଚର୍ଚ୍ଚାର ବିଷୟ ହୋଇଛି । ଆଜି ଖର୍ଚ୍ଚ କଲେ ସବୁ ସମ୍ଭବ ବୋଲି କହୁଛନ୍ତି । ତେବେ ଦୁର୍ନୀତି ଖୋର ଲୋକଙ୍କୁ ଭିଜିଲାନ୍ସ ଧରୁଥିବା ବେଳେ ଭିଜିଲାନ୍ସର ଜଣେ ମହିଳା କର୍ମଚାରୀଙ୍କ ଏହି ଅଡିଓ ଏବେ ଭିଜିଲାନ୍ସ ବିଭାଗକୁ ଅଡ଼ୁଆରେ ପକାଇଥିଲା । ଆଉ ଚଳିତ ମାସ ୨୬ ତାରିଖ ରେ ବାଲେଶ୍ଵର ଭିଜିଲାନ୍ସ ଏସପି କେନ୍ଦୁଝର ଜିଲ୍ଲା ଗସ୍ତ ରେ ଥିବା ବେଳେ ସେ ଏ ଘଟଣା ସଂପର୍କରେ ଗଣମାଧ୍ୟମ ରୁ ଜାଣିବାକୁ ପାଇଥିଲେ । ପରେ ପରେ ତୁରନ୍ତ ସାଗରିକା ଙ୍କୁ ବାଲେଶ୍ଵର ହେଡକ୍ୱାଟର୍ କୁ ବଦଳି କରିଥିଲେ ଓ ପ୍ରାଥମିକ ତଦନ୍ତ ପରେ ତାଙ୍କୁ ଏବେ ଚିକିରିରୁ ନିଲମ୍ବନ କରାଯିବା ସହ ତଦନ୍ତ ଜାରି ରହିଥିବା ଏସପି ସୂଚନା ଦେଇଛନ୍ତି ।

FacebookTwitterLinkedinWhatsapp
Exit mobile version