Site icon ଆଜିକାଲି

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ ଜିଲ୍ଲା ସବ୍ ରେଜିଷ୍ଟ୍ରାରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର – ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ ଜିଲ୍ଲା ସବ୍ ରେଜିଷ୍ଟ୍ରାର ଶାଶ୍ୱତ କୁମାର ପଟ୍ଟନାୟକ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ନୟାଗଡ଼ ଓ କେନ୍ଦ୍ରାପଡା ଜିଲ୍ଲାର ୬ଟି ଜାଗାରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ। ନୟାଗଡ଼ର ଦେବୋତ୍ତର କଲୋନୀରେ ଥିବା ଭଡ଼ାଘର, କେନ୍ଦ୍ରାପଡା ଜିଲ୍ଲା ତଳବାରଙ୍ଗରେ ଥିବା ଘର, ନୟାଗଡ଼ ଡିଏସଆର ଅଫିସ, କେନ୍ଦ୍ରାପଡା ଜିଲ୍ଲା ତଳଗାଁରେ ଥିବା ପୈତୃକ ଘର, କେନ୍ଦ୍ରାପଡା ପେଣ୍ଠରେ ସମ୍ପର୍କୀୟଙ୍କ ଘର ଓ କେନ୍ଦ୍ରାପଡା ଜିଲ୍ଲା ଦଳନ୍ତାରେ ଥିବା ଆଉ ଜଣେ ସମ୍ପର୍କୀୟଙ୍କ ଘରେ ଚଢ଼ାଉ ଚାଲିଛି । ଚଢ଼ାଉରେ ୮ ଜଣ ଭିଜିଲାନ୍ସ ଡିଏସପି, ୬ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି।

Exit mobile version