Site icon ଆଜିକାଲି

ଆୟ ବହିର୍ଭୂତ ସମ୍ପତ୍ତି ଅଭିଯୋଗ : ଏସଡିଏର ପୂର୍ବତନ ପ୍ଲାନିଂ ମେମ୍ବରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ସମ୍ବଲପୁର -ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷଙ୍କ ପୂର୍ବତନ ପ୍ଲାନିଂ ମେମ୍ବରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ପୂର୍ବତନ ପ୍ଲାନିଂ ମେମ୍ବର ବନ୍ଦିତା ମହାପାତ୍ରଙ୍କ ଘରେ ପଶିଛି ଭିଜିଲାନ୍ସ । ଏସଡିଏର ପୂର୍ବତନ କନିଷ୍ଠ କିରାଣୀ ଲକ୍ଷ୍ମୀନାରାୟଣ ସାମଲଙ୍କ ଘରେ ମଧ୍ୟ ଚଢ଼ାଉ କରିଛି ଭିଜିଲାନ୍ସ।

ଭୁବନେଶ୍ବର, ସମ୍ବଲପୁର, ଅନୁଗୁଳ, ମୟୂରଭଞ୍ଜର ୯ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ। ଏ ବର୍ଷ ସେପ୍ଟେମ୍ବର ମାସରେ ଉଭୟ ବନ୍ଦିତା ମହାପାତ୍ର ଓ କିରାଣୀ ଲକ୍ଷ୍ମୀନାରାୟଣ ସାମଲଙ୍କୁ ଗିରଫ କରିଥିଲା ସମ୍ବଲପୁର ପୋଲିସ । ବିଲ୍ଡିଂ ପ୍ଲାନ୍ ପାଇଁ ଫେକ୍ ଆପ୍ରୁଭାଲ୍ ଚିଠି ଇସ୍ୟୁ କରିବା ଅଭିଯୋଗରେ ଉଭୟଙ୍କୁ ଗିରଫ କରାଯାଇଥିଲା।

Exit mobile version