Site icon ଆଜିକାଲି

ବକେୟା ପାଉଣା ପାଇଁ କର୍ମଚାରୀଙ୍କ ଠାରୁ ନେଉଥିଲେ ଲାଞ୍ଚ, କିରାଣୀଙ୍କୁ ମାଡ଼ି ବସିଲା ଭିଜିଲାନ୍ସ ବିଭାଗ

କେନ୍ଦୁଝର, ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ କିରାଣୀ। କେନ୍ଦୁଝର ସଦର ମହକୁମାରେ ଥିବା ଜିଲ୍ଲା ଆୟୁର୍ବେଦିକ କାର୍ଯ୍ୟାଳୟର କିରାଣୀ ଦେବାଶିଷ ମହାପାତ୍ର ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ବିରାମ ମୁର୍ମୁ ନାମକ ଜଣେ କର୍ମଚାରୀଙ୍କ ବକେୟା ପାଉଣା ପାଇଁ ସେ ୧୫ ହଜାର ଟଙ୍କା ଦାବି କରିଥିଲେ । ଅଭିଯୋଗକାରୀଙ୍କଠାରୁ ଆଜି ୫ ହଜାର ଟଙ୍କା ନେବା ସମୟରେ ଭିଜିଲାନ୍ସ ଉକ୍ତ କିରାଣୀଙ୍କୁ କାବୁ କରି ନେଇଥିଲେ। ପରେ ଦେବାଶିଷ ମହାପାତ୍ରଙ୍କ ବାସଭବନ ସମେତ ୩ଟି ସ୍ଥାନରେ ଚଢାଉ ହୋଇଛି।

Exit mobile version