Site icon ଆଜିକାଲି

ଭିଜିଲାନ୍ସ ଚଢ଼ାଉ : ସର୍ବାଧିକ ପରିମାଣ ନଗଦ ଜବତ

ଭୁବନେଶ୍ୱର : ଓଡ଼ିଶା ଭିଜିଲାନ୍ସ ଚଢ଼ାଉ ଇତିହାସରେ ଚତୁର୍ଥ ସର୍ବାଧିକ ମୋଟ ନଗଦ ଟଙ୍କା ଜବତ ହୋଇଛି । ଇଡକଲ ଡେପୁଟି ମ୍ୟାନେଜର ଗୟା ସାନ୍ତରାଙ୍କ ବିରୋଧରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଘରେ ଚଢ଼ାଉ ବେଳେ ଭିଜିଲାନ୍ସ ନଗଦ ୧ କୋଟି ୬ ଲକ୍ଷ ୪୪ ହଜାର ୫୦୦ ଟଙ୍କା ଜବତ କରିଛି। ଏହା ଭିଜିଲାନ୍ସ ଚଢ଼ାଉ ଇତିହାସରେ ଜବତ ହୋଇଥିବା ଚତୁର୍ଥ ସର୍ବାଧିକ ନଗଦ ।

ସୂଚନା ଯେ, ଚଳିତବର୍ଷ ଏପ୍ରିଲ ମାସରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଭଞ୍ଜନଗର ଲଘୁ ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଘରେ ଚଢ଼ାଉ ପରେ ୩ କୋଟି ୪୧ ଲକ୍ଷ ୬୬ ହଜାର ୨୮୦ ନଗଦ ଟଙ୍କା ଜବତ କରିଥିଲା ଭିଜିଲାନ୍ସ, ଯାହା କି ଏ ପର୍ଯ୍ୟନ୍ତ ସର୍ବାଧିକ ନଗଦ ପରିମାଣ ହୋଇ ରହିଛି।

ଏ ବର୍ଷ ହିଁ ମାର୍ଚ୍ଚରେ ମାଲକାନଗିରି ଆରଡବ୍ଲୁ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସଙ୍କ ଘରେ ଚଢ଼ାଉ କରି ୧ କୋଟି ୪୦ ଲକ୍ଷ ୧୮ ହଜାର ୭୦ ନଗଦ ଟଙ୍କା ଜବତ କରିଥିଲା ଭିଜିଲାନ୍ସ, ଯାହା କି ଦ୍ୱିତୀୟ ସର୍ବାଧିକ ପରିମାଣର ଜବତ ଟଙ୍କା। ଏ ବର୍ଷ ଫେବ୍ରୁଆରୀରେ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ସୁକାନ୍ତ ଜେନାଙ୍କ ଘରେ ଚଢ଼ାଉରୁ ୧ କୋଟି ୧୩ ଲକ୍ଷ ନଗଦ ଟଙ୍କା ଜବତ ହୋଇଥିଲା, ଯାହା କି ତୃତୀୟ ସର୍ବାଧିକ ଜବତ ନଗଦ ପରିମାଣ।

Exit mobile version