Site icon ଆଜିକାଲି

ଭିଜିଲାନ୍ସ ହାତରେ ଧରାପଡିଲେ ଲାଞ୍ଚୁଆ ଅମିନ

ଭୁବନେଶ୍ୱର : ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରା ପଡ଼ିଲେ ଅମିନ । ବାଲେଶ୍ବର -ମୟୂରଭଞ୍ଜ ବୃହତ ବନ୍ଦୋବସ୍ତ କାର୍ଯ୍ୟାଳୟର ଅମିନ ମାନସ ରଞ୍ଜନ ଦାସଙ୍କୁ ଧରିଛି ଭିଜିଲାନ୍ସ । ଜଣେ ବ୍ୟକ୍ତିଙ୍କ ଜମିଜମା ସଂକ୍ରାନ୍ତୀୟ ରେକର୍ଡର ନକଲ କପି ଦେବା ପାଇଁ ଲାଞ୍ଚ ମାଗିଥିଲେ ଅମିନ ।ଏ ସଂପର୍କରେ ବ୍ୟକ୍ତି ଜଣକ ଭିଜିଲାନ୍ସକୁ ଜଣାଇଥିଲେ। ଏହା ପରେ ଯୋଜନା ମୁତାବକ ଆଜି ଅଭିଯୋଗକାରୀ ଅମିନ ମାନସ ରଞ୍ଜନ ଦାସଙ୍କୁ ୬ ,୩୦୦ ଟଙ୍କା ଦେଇଥିଲେ। ମାନସ ରଞ୍ଜନ ଦାସ ସେହି ଟଙ୍କା ନେବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା। ମାନସଙ୍କୁ ଧରିବା ପରେ ଭିଜିଲାନ୍ସ ତାଙ୍କର ୩ଟି ଠିକଣାରେ ଚଢ଼ାଉ କରିଛି। ଆୟ ବର୍ହିଭୂତ ସଂପତ୍ତି ଠୁଳ ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।

Exit mobile version