ବୁର୍ଲା : ବର୍ଜ୍ୟବସ୍ତୁ ପରିଚାଳନାରେ ବିଫଳ ହୋଇଥିବାରୁ ଭିମ୍ସାରକୁ କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ ୧୧ ଲକ୍ଷ ଟଙ୍କାର ଜୋରିମାନା କରିଛି। କେନ୍ଦ୍ରୀୟ ବିଦ୍ୟାଳୟ-୨ ନିକଟରେ ପ୍ରବାହିତ ମହାନଦୀରେ ଭିମ୍ସାରର ବର୍ଜ୍ୟବସ୍ତୁ ପକାଯାଉଥିବା ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବାପରେ ଭିମ୍ସାର କର୍ତ୍ତୃପକ୍ଷ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ନିୟମ ପାଳନ କରୁ ନ ଥିବା ସ୍ପଷ୍ଟ ହୋଇଯାଇଥିଲା। ତେଣୁ କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ ଏଥିପାଇଁ ଭିମ୍ସାର ଉପରେ ୧୧ ଲକ୍ଷ ଟଙ୍କା ଜୋରିମାନା କରିଛନ୍ତି। ୧୫ ଦିନ ମଧ୍ୟରେ ଜୋରିମାନା ରାଶି ପୈଠ ନ କଲେ ଜାତୀୟ ଗ୍ରୀନ୍ ଟ୍ରାଇବୁନାଲଙ୍କ ନିର୍ଦେଶ ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦିଆଯାଇଛି।