Site icon ଆଜିକାଲି

କଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକ

ଭୁବନେଶ୍ଵର: ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ୨୦୨୪ ନିର୍ବାଚନରେ ପାରଳାଖେମୁଣ୍ଡିରେ କଂଗ୍ରେସ ଟିକେଟରୁ ପ୍ରତିଦ୍ଵନ୍ଦ୍ଵିତା କରିଥିବା ବିଜୟ ପଟ୍ଟନାୟକ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ସେ ଅଖିଳ ଭାରତୀୟ କଂଗ୍ରେସ କମିଟି ନିକଟକୁ ମେଲ୍‌ ଯୋଗେ ନିଜ ଇସ୍ତଫା ପତ୍ର ପଠାଇଛନ୍ତି। ଦଳରେ ଉପେକ୍ଷିତ ହେବାକୁ ନେଇ ସେ ଇସ୍ତଫା ଦେଇଥିବା କୁହାଯାଉଛି।

ସୂଚନାଯୋଗ୍ୟ, ୨୦୨୪ ସାଧାରଣ ନିର୍ବାଚନରେ ପାରଳାଖେମୁଣ୍ଡିରୁ କଂଗ୍ରେସ ବିଧାୟକ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ ବିଜୟ ପଟ୍ଟନାୟକ। ନିର୍ବାଚନ ସମୟରେ ତାଙ୍କୁ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ଦାୟିତ୍ବ ଦିଆଯାଇଥିଲା। ପରେ ପୁଣି ତାଙ୍କୁ ପଦରୁ କାଢ଼ି ଦିଆଯାଇଥିଲା।

Exit mobile version