Site icon ଆଜିକାଲି

କେନ୍ଦୁଝର ରେ ବିକଶିତ ଭାରତ ସଂକଳ୍ପ ଯାତ୍ରା କୁ ସ୍ୱାଗତ 

କେନ୍ଦୁଝର, କେନ୍ଦୁଝର ସହରର ୧୬ନଂଓ୍ବାର୍ଡ ର କରଞ୍ଜିଆ ବସ ଷ୍ଟାଣ୍ଡ ଠାରେ କେନ୍ଦୁଝରଗଡ଼ ପୌରପାଳିକା ଦ୍ୱାରା ଆୟୋଜିତ ହେଲା ବିକଶିତ ଭାରତ ସଂକଳ୍ପ ଯାତ୍ରା। ଭାରତ ସରକାର ଙ୍କ ସୂଚନା ଓ ପ୍ରଶାରଣ ମନ୍ତ୍ରାଳୟ ର କେନ୍ଦ୍ରୀୟ ସଂଚାର ବିୟୁରୋ କ୍ଷେତ୍ରୀୟ କାର୍ଯ୍ୟାଳୟ କ୍ଷେତ୍ର ପ୍ରଚାର ଅଧିକାରୀ ତଥା ବିକଶିତ ଭାରତ ସଂକଳ୍ପ ଯାତ୍ରା ର ନୋଡାଳ ଅଫିସର ପାର୍ଥସାର୍ଥୀ ମଲ୍ଲିକ ଓ  ବିକଶିତ ଭାରତ ସଂକଳ୍ପ ଯାତ୍ରାର କେନ୍ଦୁଝର ସଂଯୋଜକ ବରିଷ୍ଠ ଆଇନଜୀବି ବିରଜା ମିଶ୍ର ଙ୍କ ନେତୃତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ  କେନ୍ଦୁଝର ନଗରପାଳ ନିକୁ ସାହୁ,କେନ୍ଦୁଝର ପୌରପାଳିକା ର ନିର୍ବାହୀ ଅଧିକାରୀ ଡ଼ଃ ମଧୁସ୍ମିତା ସାମାନ୍ତରାୟ, କେନ୍ଦୁଝର ପୌରପାଳିକା ର ବିଭିନ୍ନ ୱାର୍ଡ ର କାଉନସିଲର ମାନେ ଉପସ୍ଥିତ ରହି ଜିଲ୍ଲାବାସୀ କିଭଳି କେନ୍ଦ୍ର ସରକାର ଙ୍କ ବିଭିନ୍ନ ଯୋଜନାର ସୁଫଳ ସମାଜର ଅନ୍ତିମ ସ୍ତର ରେ ଥିବା ଲୋକମାନେ ପାଇପାରିବେ ସେସମ୍ବନ୍ଧରେ ମତବ୍ୟକ୍ତ କରିବା ସହିତ ବିକଶିତ ଭାରତ ସଂକଳ୍ପ ଯାତ୍ରା ର ସଫଳତା କାମନା କରିଥିଲେ। ମହିଳା ମାନେ ମୁରୁଜ ପାକଇ କଳସ ବସାଇ ଦୀପ ଜାଳି ବିକଶିତ ଭାରତ ସଂକଳ୍ପ ଯାତ୍ରା କୁ ସ୍ୱାଗତ କରିଥିବା ବେଳେ ବିଜେପି ନେତ୍ରୀ କିରଣବାଳା ନାୟକ, ବିଶ୍ୱଜିତ ତ୍ରିପାଠୀ,ରାଜେନ୍ଦ୍ର ପାତ୍ର, ଦୁର୍ଗା ବାରିକ, ଅଜୟ ପାତ୍ର,ବ୍ରଜକିଶୋର ରାୟ,ଯୁଗଳ ମହାନ୍ତ,ପ୍ରିୟବ୍ରତ ଜେନା, ପଙ୍କଜ ଦିବେଦୀ, ବବିତା ରାମ, ପ୍ରିୟଙ୍କା ସିଂ ତଥା ସତାଧିକ କାର୍ଯ୍ୟକର୍ତା ଉପସ୍ଥିତ ରହିଥିଲେ।

Exit mobile version