Site icon ଆଜିକାଲି

ପଞ୍ଚାୟତ ରେ ଉତ୍ତଳନ ହୋଇପାରିଲାନି ତ୍ରିରଙ୍ଗା ପତାକା, ଥାନାର ଦ୍ବାରସ୍ଥ ହେଲେ ଗ୍ରାମବାସୀ

ନବରଙ୍ଗପୁର ( ସରୋଜ କୁମାର ବେହେରା) ଅଗଷ୍ଟ ପନ୍ଦର କହିଲେ ଅବାଳ ବୃଦ୍ଧ ବନିତା ସମସ୍ତଙ୍କ ମନରେ ଖୁସିର ଲହରୀ ସୃଷ୍ଠି କରିଥାଏ, ୭୬ ବର୍ଷ ପୂର୍ବେ ଦେଶ ପରାଧିନତା ଦେଇ ଗତି କରୁଥିବା ବେଳେ ଦେଶର ଅଗଣିତ କ୍ରାନ୍ତିକାରୀ ମହାପୁରୁଷ ଇଂରେଜଙ୍କ ବିରୋଧରେ ଲଢେଇ କରି ଚାବୁକ, ଲାଠି, ଗୁଳି ମାଡ ଖାଇ ଦେଶ ମାତୃକାର ରକ୍ଷା ପାଇଁ ଇଂରେଜଙ୍କ କବଳରୁ ମୁକ୍ତି ପାଇଁ ଅଗଣିତ ମହାପୁରୁଷ ତଥା କ୍ରନ୍ତିକରୀ ମାନେ ନିଜ ଜୀବନ ଯୌବନକୁ ବଳିଦାନ ଦେଇ ଦେଶ ସ୍ବାଧୀନତା କରାଇଥିଲେ।ଏହି ଦିବସକୁ ପାଳନ କରିବା ପାଇଁ ସ୍କୁଲ କଲେଜ ସମସ୍ତ ସରକାରୀ ବେସରକାରୀ ସ୍ଥାନରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରି ଶହୀଦ ମାନଙ୍କ ସ୍ମୃତି ଚାରଣ କରାଯାଇ ଥାଏ। ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ପାଇଁ ଆଡୋମ୍ବର ସହକାରେ ପାଳନ କରୁଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ବ୍ୟତିକ୍ରମ ଦେଖା ଦେଇଛି।ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ଗ୍ରାମ ପଞ୍ଚାୟତରେ ଦେଶର ଗର୍ବ ଗୌରବ ତ୍ରିରଙ୍ଗା ପତାକା ଉତ୍ତୋଳନ କରାଯାଇ ନାହିଁ। ପଞ୍ଚାୟତ ଅଧିକାରୀ ସ୍ବାଧୀନତା ଦିବସ ପାଳନ କରିବା କ୍ଷେତ୍ରରେ କୁଣ୍ଠାବୋଧ କରୁଛନ୍ତି କାହିଁକି?ଏ ନେଇ ଝରିଗାଁ ଥାନାରେ ଗୋଷ୍ଠି ଉନ୍ନୟନ ଅଧିକାରୀ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ସରପଞ୍ଚଙ୍କ ନାମରେ ଏତଲା ଦେଇଛନ୍ତି ଉକ୍ତ ଗ୍ରାମ ପଞ୍ଚାୟତର ୱାର୍ଡ ମେମ୍ବର ତୁଳାରାମ ଜାନି।ହେଲେ ସ୍ବାଧୀନତା ଦିବସ ପାଳନ ପଞ୍ଚାୟତ କାର୍ଯ୍ୟଳୟ ପରିସରରେ ପାଳନ ନ କରିବା ଉଦ୍ଦେଶ୍ୟ କଣ ହୋଇପାରେ? କାହିଁକି ଅଧିକାରୀ ସ୍ବାଧୀନତା ଦିବସ ପାଳନ କରିବା ପାଇଁ ସ୍ବାଧୀନତା ଦିବସ ଦିନ ପଞ୍ଚାୟତ କାର୍ଯ୍ୟଳୟକୁ ଆସିଲେ ନାହଁ, କଣ ଅସୁବିଧା ଥିଲା ସ୍ବାଧୀନତା ଦିବସ ପାଳନ କରିବା ପାଇଁ ଗ୍ରାମ ପଞ୍ଚାୟତର ଅଧିକାରୀ କର୍ମଚାରୀ ମାନେ କାର୍ଯ୍ୟଳୟକୁ ଆସିଲେ ନାହଁ। ଏ ନେଇ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ପଚାରି ବୁଝିବା ପରେ ସେ ଏହି ଘଟଣା ଜାଣି ନ ଥିବା କହିଥିଲେ? ଘଟଣା ଜାଣିବା ପରେ ଦୋଷୀଙ୍କ ବିରୋଧରେ କଣ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା। ଅନ୍ୟପଟେ ଝରିଗାଁ ଥାନାଧିକାରୀଙ୍କ ଅନୁପସ୍ଥିତିରେ ଡି ସି ଓ ତଥା ଏସ ଆଇ ଉମାକାନ୍ତ ସାହୁ ଏତଲା ଗ୍ରହଣ କରି ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି।

Exit mobile version