Site icon ଆଜିକାଲି

ଏମ୍ଏସ୍‌ପି ସ୍ପଞ୍ଜ ଆଇରନ କାରଖାନା ସଂପ୍ରସାରଣଙ୍କୁ ସମର୍ଥନ କଲେ ଗ୍ରାମବାସୀ

କେନ୍ଦୁଝର- କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ହଳଦିଆଗୁଣା ଗ୍ରାମରେ ଏମଏସପି କାରଖାନାର ୭୫୮ କୋଟି ଟଙ୍କାର ପ୍ରକଳ୍ପ ର ସଂପ୍ରସାରଣ ପାଇଁ ଭାରତ ସରକାରଙ୍କ ପରିବେଶ,ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଆବଶ୍ୟକ ପଡୁଥିବା ପ୍ରତିବେଶୀୟ  ପାଇଁ ଜନଶୁଣାଣି ଶାନ୍ତିଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି।କାରଖାନା ସଂପ୍ରସାରଣ ହେଲେ ୬୬୦ ଜଣ କର୍ମନିଯୁକ୍ତି ପାଇବେ। ହଳଦିଆଗୁଣା ଗ୍ରାମରେ ବୁଧବାର ଦିନ ଅନୁଷ୍ଠିତ ଜନଶୁଣାଣି ଉପଲକ୍ଷେ ଅନୁଷ୍ଠିତ ସଭାର ପ୍ରାରମ୍ଭରେ ଏମ୍ଏସ୍ ପି ସ୍ପଞ୍ଜ ଆଇରନ କାରଖାନାର ନିର୍ଦେଶକ ପ୍ରଦୀପ କୁମାର ଦେଓ ପ୍ରକଳ୍ପ ବିଷୟର ବିବରଣୀ ପାଠ କରି ଏହି କାରଖାନା ସଂପ୍ରସାରଣ ହେଲେ ସ୍ଥାନୀୟ ଅଞ୍ଚଳର ବିକାଶ ହେବ ବୋଲି କହିଥିଲେ। କାରଖାନା ସଂପ୍ରସାରଣେ ପରେ ସ୍ଥାନୀୟ ଅଞ୍ଚଳର ଅଧିକ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ପାରିପାର୍ଶିକ ଉନ୍ନତି ପାଇଁ ଗୋଷ୍ଠିଗତ ସମାଜିକ ଦାୟିତ୍ଵବୋଧ କାର୍ଯ୍ୟକ୍ରମ କରାଯିବ ହାତକୁ ନିଆଯିବ ବୋଲି ଶ୍ରୀ ଦେଓ ସୂଚନା ଦେଇଥିଲେ।ସମନ୍ବିତ ଇସ୍ପାତ ପ୍ରକଳ୍ପର ସଂପ୍ରସାରଣ କରି ତୁଡାନ୍ତ କ୍ଷମତା ଲୈାହ ବେନିଫିକେସନ ୨.୦ ଏମଟିପିଏ,ଲୈାହ ଖଣିଜ ଗ୍ରାଇଡିଙ୍ଗ-୧୫ ଏମଟିପିଏ,ପେଲେଟ ୧.୮ ଏମଟିପିଏ,ବିଲେଟ (ଆଇଏଫ-ସିସିଏମ୍) ୦.୪୮୪ ଏମଟିପି,ହଟ ରୋଲଡ ଉତ୍ପାଦନ ୦.୪୧ ଏମଟିପିଏ, କ୍ୟାପଟିଣ ପାଓ୍ବାର ପ୍ଲାଣ୍ଟ,୪୪ ମେଗାୱାଟ(ଡବ୍ୟୁଏଚଆରବି-୨୬ ମେଗାୱାଟ ଏବଂ ଏଏଫବିସି ୧୪ ମେଷ୍ଟାୱାଟ) ପ୍ରୋଡ୍ୟୁସର ଗ୍ୟାସ ପ୍ଲାଣ୍ଟ ୧୭,୧୦୦ ନର୍ମାଲ ଘନମିଟର,ପିସିଆଇ ଘଣ୍ଟା ପ୍ରତି ୧୩.୧୬ ଟନ,ସ୍ଲାଗ କ୍ରସର ଘଣ୍ଟାପ୍ରତି ୧୧,୨୫ ଟନ ବୃଦ୍ଧି ନିମନ୍ତେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟ,କେନ୍ଦ୍ରର ଆନୁକୂଲ୍ୟରେ ଆୟୋଜିତ ସର୍ବସାଧାଣ ଜନଜଣାଣିକୁ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିବାବେଳେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଇଂ ପ୍ରଶାନ୍ତ କରି ସଭାକୁ ପରିଚାଳନା
କରିବା ସହ ଲୋକଙ୍କ ମତାମତକ ଲିପିବଦ୍ଧ କରିଥିଲେ। ଏହି ଜନଶୁଣାଣିରେ ଗୋବର୍ଦ୍ଧନ ପଞ୍ଚାୟତ ର ଅଧ୍ୟକ୍ଷତା କରିଥିବାବେଳେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଇଂ ପ୍ରଶାନ୍ତ କର ସଭାକୁ ପରିଚାଳନା କରିବା ସହ ଲୋକଙ୍କ ମତାମତକୁ ଲିପିବଦ୍ଧ କରିଥିଲେ।ଏହି ଜନଶୁଣାଣିରେ ଗୋବର୍ଦ୍ଧନ ପଞ୍ଚାୟତର ବଣୁଆ,ଗୋବର୍ଦ୍ଧନ,ବାଲିସୁଆଁ,ସେଣ୍ଟକା,ରଙ୍ଗମାଟିଆ,କାଉଁରୀକଳା ପଞ୍ଚାୟତର ହଳଦିଆଗୁଣ,କାଉଁରୀକଳା,ଖୁଣ୍ଟାପଡା,ବଉଳମାଳ ଗ୍ରାମର ଶତାଧୋକ ପ୍ରଭାବିତ ଗ୍ରାମବାସୀ ଉପସ୍ଥିତ ଥିବାବେଳେ ୮ ଜଣ
ଲିଖିତ ଏବଂ ୫୧ ଜଣ ଲୋକ ମୌଖିକ ଭାବେ କାରଖାନ ସଂପ୍ରସାରଣ ସପକ୍ଷରେ ମତ ଉପସ୍ଥାପନ କରି ପାର୍ଶ୍ଵବର୍ତୀ ଗ୍ରାମର ଉନ୍ନତି,ସ୍ଥାନୀୟ ଯୁବକ ଯୁବତୀମାନଙ୍କୁ ନିଯୁକ୍ତ ଡପରେ ଦାବି ଉପସ୍ଥାପନ କରିଥିଲେ। କାରଖାନା ସଂପ୍ରସାରଣ ପାଇଁ ଅନୁଷ୍ଠିତ ଜନଶୁଣାଣି ଶତ ପ୍ରତିଶତ ସମର୍ଥନ ମିଳିଥିବାବେଳେ ପୁଲିସ ପ୍ରଶାସନ ପକ୍ଷରୁ ଆଇନଶୃଙ୍ଖଳା ପାଇଁ ପୁଲିସ ମୁତୟନ କରାଯାଇଥିଲା। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟର ଉପ-ପରିବେଶ ଯନ୍ତ୍ରୀ ଇଂ ନିବେଦିତା ଦାସ ଦେବତା ଙ୍କ ସମେତ କାର୍ଯ୍ୟଳୟର ଅନ୍ୟ କର୍ମଚାରୀ ଉପସ୍ଥିତ ରହି ଲୋକଙ୍କ ମତାମତ ଲିପିବଦ୍ଧ କରିଥିଲେ।ଏହି ଜନ ଶୁଣାଣିରେ ବରିଷ୍ଠ ଉପସଭାପତି (କମର୍ସିଆଲ) ବସନ୍ତ ସାହୁ,ସିନିୟର ଜିଏମ୍ ସଞ୍ଜୟ କୁମାର ସାହୁ,ଏଜିଏମ୍ ଏଚଆର କର୍ପୋରେଟ (କୋର୍ଡିନେସନ) ତାପସ ଆଚାର୍ଯ୍ୟ,ସିନିୟର ଜିଏମ୍ ରଞ୍ଜନ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Exit mobile version