Site icon ଆଜିକାଲି

ଦୁର୍ଗା ପୂଜା ଭସାଣିବେଳେ ଛୁରାମାଡ଼ : ଜଣେ ନାବାଳକ ମୃତ, ଜଣେ ଆହତ

ନବରଙ୍ଗପୁର : ନବରଙ୍ଗପୁର ଟାଉନ୍ ଥାନା ଅଞ୍ଚଳରେ ଦୁର୍ଗା ପୂଜା ଭସାଣିବେଳେ ଛୁରାମାଡ଼ । ଏଥିରେ ଜଣେ ନାବାଳକର ଜୀବନ ଯାଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ମୃତ ନାବାଳକ ଜଣଙ୍କ ଦଣ୍ଡାସି ସାହିର କିରଣ ଗାଦବା। ଆହତ ନାବାଳକଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ଯେ, ଗତକାଲି ବିଳମ୍ବିତ ରାତିରେ ନବରଙ୍ଗପୁର ଟାଉନ୍ ଥାନା ଅଞ୍ଚଳରେ ଦୁର୍ଗା ପୂଜା ଭସାଣି ଚାଲିଥିଲା। ଏହି ସମୟରେ କୌଣସି କଥାକୁ ନେଇ ସୌରାସାହି ଓ ବଡ଼ହରିଜନ ସାହି ପିଲାଙ୍କ ମଧ୍ୟ ବଚସା ହୋଇଥିଲା। ଧୀରେ ଧୀରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ଉଭୟ ଗୋଷ୍ଠୀ ମଧ୍ୟରେ ଛୁରା ମାଡ଼ ହୋଇଥିଲା। ଏଥିରେ ଜଣେ ନାବାଳକର ମୃତ୍ୟୁ ଘଟିଥିବା ବେଳେ ଜଣେ ନାବାଳକ ଆହତ ହୋଇଥିଲେ। ପୁଲିସ ପହଞ୍ଚି ବୁଝାସୁଝା କରିବା ଉତ୍ତେଜନା ଥମିଥିଲା। ଆହତ ନାବାଳକଙ୍କୁ ଉଦ୍ଧାର କରାଯାଇ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ମାମଲାରେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ଟାଉନ ଥାନା ପୁଲିସ।

Exit mobile version