Site icon ଆଜିକାଲି

ଆସନ୍ତାମାସରୁ ରାଜ୍ୟର ୩୭୧ଟି ତହସିଲରେ ଭର୍ଚୁଆଲ କୋର୍ଟ

ଭୁବନେଶ୍ଵର : ଆସନ୍ତା ମାସରୁ ରାଜ୍ୟର ୩୧୭ଟି ତହସିଲରେ ଭର୍ଚୁଆଲ କୋର୍ଟ କାର୍ଯ୍ୟକାରୀ ହେବ। ଭିଡିଓ କନଫରେନସିଂ ମାଧ୍ୟମରେ ଜମିଜମା ସମ୍ପର୍କିତ ମାମଲାର ଫଇସଲା କରାଯିବ। ପୂର୍ବରୁ ଭର୍ଚୁଆଲ କୋର୍ଟ ପରୀକ୍ଷାମୂଳକ ଭାବେ ୮୦ଟି ତହସିଲ କାର୍ଯ୍ୟାଳୟରେ ଆରମ୍ଭ ହୋଇଥିବା ବେଳେ ୩୦୦୦ ମାମଲାର ସମାଧାନ ହୋଇଥିବା ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଚଳିତ ବର୍ଷ ୫୪୫ ଓଏଏସ/ଓଆରଏସ୍ ପଦବୀ ପୂରଣ ହେବ। ଓପିଏସସି ଜରିଆରେ ଏସବୁ ପଦବୀ ପୂରଣ କରାଯିବ। ରାଜସ୍ବ ବିଭାଗର କର୍ମଚାରୀ ଅଭାବ ଦୂର କରିବା ପାଇଁ ୫୦୦୦ ନୂଆ କର୍ମଚାରୀଙ୍କୁ ନିଯୁକ୍ତ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ଏଥର ୪୩୧ ଆରଆଇ ଅଫିସ ନିର୍ମାଣ ପାଇଁ ରାଜସ୍ୱ ବିଭାଗ ନିଷ୍ପତ୍ତି ନେଇଛି। ସବ ରେଜିଷ୍ଟ୍ରାର ଅଫିସରେ ଦୁର୍ନୀତି ରୋକିବାକୁ ସ୍ମାର୍ଟ ସର୍ଭେଲାନ୍ସ ବ୍ୟବସ୍ଥା କରାଯାଉଛି। ଅଡିଓ ଭିଜୁଆଲ ସହ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ କଣ୍ଟ୍ରୋଲ ରୁମ ବ୍ୟବସ୍ଥା ରହିବ। ଜମି ଚିହ୍ନଟ ଅସଙ୍ଗତି ଦୂର କରିବାକୁ ହାଇଟେକ୍ ସର୍ଭେ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି। ହସ୍ପିଟାଲରେ ନିରବିଛିନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦେବାକୁ ପ୍ରତି ଜିଲ୍ଲା ହସ୍ପିଟାଲରେ ଅଣ୍ଡର କେବଲିଂ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି।

Exit mobile version