Site icon ଆଜିକାଲି

ଆଜିଠୁ ବାବା ଧବଳେଶ୍ୱରଙ୍କ ଭର୍ଚୁଆଲ ଦର୍ଶନ

ସମ୍ବଲପୁର : ଆଜିଠୁ ଧବଳେଶ୍ୱରଙ୍କ ଭର୍ଚୁଆଲ ଦର୍ଶନ । ଡିଜିଟାଲ ମାଧ୍ୟମରେ ବାବା ଧବଳେଶ୍ୱରଙ୍କ ବଡ଼ ସିଂହାର ବେଶ ଦର୍ଶନ କରିପାରିବେ ଭକ୍ତ । ଭର୍ଚୁଆଲ ଦର୍ଶନ ଆରମ୍ଭ ହୋଇସାରିଛି । ଝୁଲାପୋଲ ଓ ମନ୍ଦିର ବେଢାରେ ୧୪୪ ଧାରା ଲାଗୁ ରହିଛି । ହେଲେ ପ୍ରଶାସନର ଏହି ଭର୍ଚୁଆଲ ଦର୍ଶନକୁ ନିଷ୍ପତ୍ତିକୁ ନେଇ ମନ୍ଦିର ପୂଜକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ମୁଖ୍ୟ ପ୍ରବେଶ ପଥ ଓ ପାଇକରାପୁର ଛକରେ ଏଲଇଡି ବ୍ୟବସ୍ଥା କରାଯାଇଛି । ଏହି ପରଦା ମାଧ୍ୟମରେ ଶ୍ରଦ୍ଧାଳୁମାନେ ବାବା ଧବଳେଶ୍ୱରଙ୍କ ଦର୍ଶନର ସୁଯୋଗ ପାଇପାରୁଛନ୍ତି । ଏହା ସହ ଝୁଲାପୋଲ ପାର୍ଶ୍ୱବର୍ତ୍ତୀ ସ୍ଥାନରେ ଗଜଭୋଗ ବା ଶୁଖିଲା ଭୋଗ ମିଳିବ ନାହିଁ କିମ୍ବା ସେଠାରେ କୌଣସି ଦୋକାନ ଖୋଲାଯିବନି । ଶ୍ରଦ୍ଧାଳୁମାନେ କେବଳ ପୂଜକମାନଙ୍କ ମାଧ୍ୟମରେ ଗଜଭୋଗ ପାଇପାରିବେ । ଯେଉଁସବୁ ଦୋକାନ ଖୋଲିବ, ତାହା ମୁଖ୍ୟ ରାସ୍ତା କଡ଼ରେ ଖୋଲାଯିବ ।

Exit mobile version