Site icon ଆଜିକାଲି

ବିଶାଖାପାଟଣା – ପଲାସା ଟ୍ରେନ ବ୍ରହ୍ମପୁର ଯାଏଁ ସମ୍ପ୍ରସାରିତ

ଭୁବନେଶ୍ୱର : ବିଭିନ୍ନ କାମରେ ପଡୋଶୀ ଆନ୍ଧ୍ର ପ୍ରଦେଶର ବିଭିନ୍ନ ସହରକୁ ଯା’ ଆସ କରୁଥିବା ବ୍ରହ୍ମପୁରର ରେଳଯାତ୍ରୀଙ୍କ ପାଇଁ ଖୁସି ଖବର । ବିଶାଖାପାଟଣା -ପଲାସା ପାସେଞ୍ଜର ଟ୍ରେନକୁ ବ୍ରହ୍ମପୁର ଯାଏଁ ସଂପ୍ରସାରିତ କରାଯାଇଛି । କେନ୍ଦ୍ର ରେଳ ମନ୍ତ୍ରାଳୟ ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛି । ଖୁବ୍ ଶୀଘ୍ର ବିଶାଖାପାଟଣା-ପଲାସା ଟ୍ରେନ ବ୍ରହ୍ମପୁର ଯାଏଁ ଚଳାଚଳ କରିବ । ବ୍ରହ୍ମପୁର ଆସିବା ପୂର୍ବରୁ ଟ୍ରେନ ମଣ୍ଡାସା, ସୋମପେଟା ଓ ଇଚ୍ଛାପୁରମରେ ରହିବ ।

Exit mobile version