Site icon ଆଜିକାଲି

୫-ଟି ସଚିବଙ୍କ ପୁରୀ, କୋଣାର୍କ ଓ କାକଟପୁର ପରିଦର୍ଶନ: ମା’ ମଙ୍ଗଳା ପୀଠର ଉନ୍ନତିକରଣ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ ୫ଟି ଶ୍ରୀ ଭି କେ ପାଣ୍ଡିଆନ୍ ଆଜି ସକାଳେ ପୁରୀ କୋଣାର୍କ ଓ କାକଟପୁର ଗସ୍ତରେ ଯାଇ ବିଭିନ୍ନ ବିକାଶ କାମ ବୁଲି ଦେଖିବା ସହ ମା ମଙ୍ଗଳାଙ୍କ ପୀଠର ଉନ୍ନତିକରଣ ସମ୍ପର୍କରେ ସେବାୟତ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ ।

ଜଗନ୍ନାଥ ସଂସ୍କୃତି ରେ ମା ମଙ୍ଗଳାଙ୍କ ପୀଠ ର ସ୍ଵତନ୍ତ୍ର ମହତ୍ତ୍ୱ ରହିଛି । ବିଶେଷ କରି ନବକଳେବର ସମୟରେ ଦାରୁ ଅନ୍ୱେଷଣ କାର୍ଯ୍ୟ ମାଆଙ୍କ ନିର୍ଦ୍ଦେଶ ରେ କରଯାଇଥାଏ ବୋଲି ବିଶ୍ବାସ ରହିଛି । ଏତଦବ୍ୟତୀତ ଓଡ଼ିଶାର ପ୍ରମୂଖ ଶକ୍ତି ପୀଠ ଭାବରେ ମା ମଙ୍ଗଳା ପୀଠ ଓଡ଼ିଶାର ଘରେ ଘରେ ପରିଚିତ । ପ୍ରତିଦିନ ହଜାର ହଜାର ଭକ୍ତ ମା ଙ୍କ ଦର୍ଶନ ପାଇଁ କାକଟପୁର ଆସିଥାନ୍ତି । ତେଣୁ ୫ଟି ଉପକ୍ରମ ରେ ଏ ପୀଠର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଗସ୍ତ ଅବସରରେ ପାଣ୍ଡିଆନ୍ ମଙ୍ଗଳା ପୀଠର ସେବାୟତ ଓ ସ୍ଥାନୀୟ ଲୋକଙ୍କ ସହ ପୀଠର ଉନ୍ନତିକରଣ ବିଷୟରେ ଆଲୋଚନା କରିଥିଲେ । ମନ୍ଦିର ଜଳନିଷ୍କାସନ, ପାର୍କିଂ ଯାତ୍ରୀଙ୍କ ସୁବିଧା ପ୍ରାଚୀ ନଦୀ ଘାଟ ର ଉନ୍ନତିକରଣ ଆଦି ପାଇଁ ପଦକ୍ଷେପମାନ ଗ୍ରହଣ କରାଯିବ ।

ଏଥି ନିମନ୍ତେ ସେବାୟତ ସ୍ଥାନୀୟ ଲୋକ ଓ ଟ୍ରଷ୍ଟିମାନଙ୍କ ସହ ଆଲୋଚନା କରି ବିସ୍ତ୍ରୁତ ଯୋଜନା ପନ୍ଦର ଦିନ ମଧ୍ୟରେ ପ୍ରସ୍ତୁତ କରିବା ନିର୍ଦ୍ଦେଶ ଦେଇଥିଲେ । ଏହା ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନ କରାଯିବ ବୋଲି ଶ୍ରୀ ପାଣ୍ଡିଆନ୍ ପ୍ରକାଶ କରିଥିଲେ। ଓବିସିସି ଏହି ଯୋଜନା ପ୍ରସ୍ତୁତ କରିବ । ପୂର୍ବରୁ ଶ୍ରୀ ପାଣ୍ଡିଆନ୍ ପୁରୀ ରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରି ପରିକ୍ରମା ପ୍ରକଳ୍ପ ବୁଲି ଦେଖିଥିଲେ । ସେଠାରୁ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଟିଚିଙ୍ଗ ହସ୍ପିଟାଲ ନିର୍ମାଣ କାମ ବୁଲି ଦେଖିଥିଲେ ଓ ଅଗ୍ରଗତିର ସମୀକ୍ଷା କରିଥିଲେ ।

୨୦୨୩ ଜୁନ ସୁଦ୍ଧା ଟିଚିଙ୍ଗ ହସ୍ପିଟାଲ କାମ ଶେଷ ହେବ ବୋଲି ସମୀକ୍ଷା ରୁ ଜଣାଯାଇଛି । ପରେ କୋଣାର୍କ ଯାଇ ୫ଟି ସଚିବ ପାଣ୍ଡିଆନ୍ ଚନ୍ଦ୍ରଭାଗା ବେଳାଭୂମି ବିକାଶ କାମ, କୋଣାର୍କ ଚନ୍ଦ୍ରଭାଗା ରାଜ୍ୟ ରାଜପଥର ସମ୍ପ୍ରସାରଣ ଓ ନୂଆ ରିଂ ରୋଡ କାମ ଅନୁଧ୍ୟାନ କରିଥିଲେ । କାମର ଅଗ୍ରଗତି ମଧ୍ୟ ମୁଖ୍ୟମନ୍ତ୍ରୀ ଙ୍କ ସଚିବ ୫ଟି ପାଣ୍ଡିଆନ୍ ସମୀକ୍ଷା କରିଥିଲେ । କୋଣାର୍କ ଚନ୍ଦ୍ରଭାଗା ରାଜପଥ ସମ୍ପ୍ରସାରଣ କାମ ୨୦୨୩ ଏପ୍ରିଲ ସୁଦ୍ଧା ଶେଷ କରିବାକୁ ଶ୍ରୀ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଥିଲେ । ୫ଟି ସଚିବଙ୍କ ପରିଦର୍ଶନ ସମୟରେ ପୁରୀ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା, ଏସପି ତଥା ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Exit mobile version