Site icon ଆଜିକାଲି

କେନ୍ଦୁଝର ଜିଲାକୁ ରଥଯାତ୍ରା ଭେଟି, ୧୧୬ ପ୍ରକଳ୍ପ ପାଇଁ ୨୦କୋଟି ୪୫ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର : କେନ୍ଦୁଝର ଜିଲାକୁ ରଥଯାତ୍ରା ଭେଟି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୧୬ଟି ପ୍ରକଳ୍ପର ଉନ୍ନତିକରଣ ପାଇଁ ୨୦କୋଟି ୪୫ଲକ୍ଷ ଟଙ୍କା କଲେ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଗତ ଜୁନ୍ ୧୦-୧୧ତାରିଖରେ କେନ୍ଦୁଝର ଗସ୍ତରେ ୫-ଟି ସଚିବ ଭି.କେ. ପାଣ୍ଡିଆନ୍ ଆସି ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବା ସହିତ ସାଧାରଣ ସଭାରେ ଲୋକଙ୍କ ନିକଟରୁ ଅନେକ ଦାବି ପତ୍ର ମଧ୍ୟ ଗ୍ରହଣ କରିଥିଲେ ।

ତେବେ ଗସ୍ତ ସମୟରେ କୌଣସି ସହାୟତା ରାଶି ମଞ୍ଜୁର କରିନଥିବା ବେଳେ ସୋମବାର କେନ୍ଦୁଝରବାସୀଙ୍କୁ ରଥଯାତ୍ରା ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଜିଲ୍ଲାର ମୋଟ୍ ୧୧୬ଟି ପ୍ରକଳ୍ପର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ପାଣ୍ଠିରୁ ୨୦କୋଟି ୪୫ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ସେଥିମଧ୍ୟରୁ ଘଟଗାଁ ବ୍ଲକ୍‌ର ୧୪ଟି ପ୍ରକଳ୍ପକୁ ୨କୋଟି ୪୭ଲକ୍ଷ ଟଙ୍କା ମଞ୍ଜୁର କରିଥିବାରୁ ଘଟଗାଁ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କୁ ଧନ୍ୟବାଦ ଦେବା ସହିତ ବେସ୍ ଖୁସି ଅଛନ୍ତି ।

Exit mobile version