Site icon ଆଜିକାଲି

ରାଜ୍ୟ ରାଜନୀତିରେ ନୂଆ ଫର୍ଦ୍ଦ, ବିଜେଡ଼ିରେ ଯୋଗଦେଲେ ଭିକେ ପାଣ୍ଡିଆନ୍

ଭୁବନେଶ୍ୱର : ବିଜେଡିରେ ଯୋଗଦେଲେ ଭି.କେ.ପାଣ୍ଡିଆନ। ସକାଳ ୧୦ଟା ୧୫ରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନବୀନ ନିବାସରେ ବିଜେଡିରେ ଯୋଗ ଦେଇଛନ୍ତି ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ।ଏହାପରେ ନବୀନ ନିବାସରୁ ଶଙ୍ଖ ଭବନ ଯିବେ ଭି.କେ.ପାଣ୍ଡିଆନ। ସେଠାରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବ। ଶଙ୍ଖ ଭବନରୁ ତାରାତାରିଣୀ ମନ୍ଦିର ଯିବେ ଭି.କେ.ପାଣ୍ଡିଆନ।

୫ଟି ଅଧ୍ୟକ୍ଷ ଭାବରେ ଦାୟିତ୍ୱ ସମ୍ପାଦନ କରୁଥିବା ଭି.କେ ପାଣ୍ଡିଆନ୍ ବର୍ତ୍ତମାନ ରାଜ୍ୟ ବିଜେଡିରେ ରାଜନେତା ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ କେବଳ ପ୍ରଶାସକର ପଦବୀରେ ରହିଥିଲେ, କିନ୍ତୁ ଆଜିଠାରୁ ରାଜନେତା ଭାବରେ ଗୁରୁଦାୟିତ୍ୱ ସେ କାନ୍ଧକୁ ନେଇଛନ୍ତି । ପୂର୍ବରୁ ସେ ସ୍ୱେଚ୍ଛାକୃତ ଭାବରେ ଅବସର ଘୋଷଣା କରିଥିଲେ ।

ଗତ ଅକ୍ଟୋବର ୨୦ ତାରିଖରେ ଭିଆରଏସ ପାଇଁ ଆବେଦନ କରିଥିବା ବେଳେ ୨୩ ତାରିଖରେ ଏହି ଆବେଦନକୁ ଅନୁମତି ପ୍ରଦାନ କରିଥିଲେ କେନ୍ଦ୍ର ସରକାର । ବର୍ତ୍ତମାନ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ବିଜେଡିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ୍ ।ବର୍ତ୍ତମାନ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଣବ ପ୍ରକାଶ ଦାସ, ପ୍ରଣବ ବଳବନ୍ତରାୟ, ମନ୍ତ୍ରୀ ପ୍ରତାପ ଦେବ, ସ୍ନେହାଙ୍ଗିନୀ ଛୁରିଆ, ବାସନ୍ତୀ ହେମ୍ମ୍ରମ, ସଞ୍ଜୟ ଦାସବର୍ମା, ରଣେନ୍ଦ୍ର ପ୍ରତାପ ସ୍ବାଇଁ , ପ୍ରସନ୍ନ ଆଚାର୍ଯ୍ୟ , ସମୀର ଦାସ , ଅଶୋକ ପଣ୍ଡା, ଅରୁଣ ସାହୁ ଓ ଉଷା ଦେବୀ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version