Site icon ଆଜିକାଲି

ଅତାବିରା ଓ ହିନ୍ଦୋଳ ଏଏନସି ନିର୍ବାଚନ ପାଇଁ ଏପ୍ରିଲ ୩ରେ ଭୋଟ

ଭୁବନେଶ୍ୱର : ଅତାବିରା ଓ ହିନ୍ଦୋଳ ଏଏନଏସି ନିର୍ବାଚନ ପାଇଁ ଆରମ୍ଭ ହେଲା ନିର୍ବାଚନ ପ୍ରକ୍ରିୟା। ଏପ୍ରିଲ ୩ ତାରିଖରେ ହେବ ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ମାର୍ଚ୍ଚ ୯ରୁ ୧୫ ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ କରିହେବ । ୧୭ ମାର୍ଚ୍ଚରେ ପ୍ରାର୍ଥୀ ପତ୍ରଗୁଡ଼ିକ ଯାଞ୍ଚ ହେବ । ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ହେଉଛି ମାର୍ଚ୍ଚ ୨୦ । ଆଜିଠୁ ଆଚରଣ ବିଧି ଲାଗୁ ହୋଇଛି। ଅତାବିରା ଓ ହିନ୍ଦୋଳ ଏନଏସିର କାର୍ଯ୍ୟକାଳ ୨୦୨୩ ଏପ୍ରିଲ ୧୨ ରେ ଶେଷ ହେଉଛି। ୨ଟି ଏନଏସିରେ ୨୮ ଟି ବୁଥରେ ୨୩ ହଜାର ୩୯୭ ଭୋଟର ରହିଛନ୍ତି। କାଉନସିଲର ଓ ଚେୟାର ପର୍ସନ ପାଇଁ ପୃଥକ୍ ପୃଥକ୍ ଇଭିଏମ୍ ବ୍ୟବହାର କରାଯିବ ।

Exit mobile version