Site icon ଆଜିକାଲି

ମେ’ ୧୩ରେ ଓଡ଼ିଶାରେ ୪ ଲୋକସଭା ଓ ୨୮ ବିଧାନସଭା ଆସନରେ ଭୋଟ୍

ଭୁବନେଶ୍ୱର – ମେ’ ୧୩ ତାରିଖରେ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ହେବ । ଏହି ପର୍ଯ୍ୟାୟ ମତଦାନ ପାଇଁ ଏପ୍ରିଲ ୧୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ସେହିଦିନ ହିଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ହେଉଛି ଏପ୍ରିଲ ୨୫ । ଏପ୍ରିଲ ୨୬ ତାରିଖରେ ପ୍ରାର୍ଥିପତ୍ରଗୁଡିକ ଯାଞ୍ଚ କରାଯିବ । ଏପ୍ରିଲ ୨୯ ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ।

ମେ’ ୧୩ ତାରିଖରେ ୪ଟି ଲୋକସଭା ଆସନ ଓ ଏସବୁ ଆସନ ଅଧୀନରେ ଆସୁଥିବା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ହେବ । କଳାହାଣ୍ଡି ( ସାଧାରଣ) , ନବରଙ୍ଗପୁର ( ଏସଟି ), ବ୍ରହ୍ମପୁର (ସାଧାରଣ) ଓ କୋରାପୁଟ ( ଏସଟି ) ଲୋକସଭା ଆସନରେ ପ୍ରଥମ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ ।

୨୮ଟି ବିଧାନସଭା ଆସନରେ ମଧ୍ୟ ମେ’ ୧୩ରେ ଭୋଟ୍ ନିଆଯିବ । ସେହି ଆସନଗୁଡିକ ହେଲା – ନୂଆପଡ଼ା, ଖରିଆର, ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ, ଭବାନୀପାଟଣା, ନର୍ଲା, ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା, ପାରଳାଖେମୁଣ୍ଡି, ଗୁଣୁପୁର, ବିଷମ କଟକ, ରାୟଗଡ଼ା, ଲକ୍ଷ୍ମୀପୁର, କୋଟପାଡ଼, ଜୟପୁର, କୋରାପୁଟ, ପଟ୍ଟାଙ୍ଗୀ, ମାଲକାନଗିରି ଓ ଚିତ୍ରକୋଣ୍ଡା।

Exit mobile version