Site icon ଆଜିକାଲି

ନନ୍ଦନକାନନରେ ଅଘଟଣ, ଦବିଲା ମାଙ୍କଡ଼ ଖୁଆଡ଼ ପାଚେରୀ

ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅଘଟଣ । ଦବିଲା ମାଙ୍କଡ଼ ଖୁଆଡ଼ ପାଚେରୀ । ଚିନ୍ତାରେ କର୍ତ୍ତୃପକ୍ଷ । ତରବରିଆ ଭାବେ ପାଚେରୀ ମରାମତି କଲା ନନ୍ଦନକାନନ କର୍ତ୍ତୃପକ୍ଷ ।

ସୂଚନା ଯେ, ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଭାଙ୍ଗିଲା ମାଙ୍କଡ ଖୁଆଡ଼ ପାଚେରୀ। ଅରୁଣାଚଳ ପ୍ରଦେଶରୁ ଆସିଥିବା ହୋଲୋକ ଗିବନ ରହୁଥିବା ଖୁଆଡ ପାଚେରୀ ଦବିବା ସହ ଭାଙ୍ଗି ଯାଇଥିଲା । ତରବରିଆ ଭାବେ ପାଚେରୀକୁ ପୁନଃ ନିର୍ମାଣ କରାଯାଇଛି। ପୂର୍ବରୁ ମଧ୍ୟ ସମାନ ଢଙ୍ଗରେ ଭାଙ୍ଗିଥିଲା ପାଚେରୀ। ବାରମ୍ବାର ପାଚେରୀ ଭାଙ୍ଗିବା ଘଟଣା ନେଇ ଅଡ଼ୁଆରେ ପଡ଼ିଛନ୍ତି ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ। ସେପଟେ ଘଟଣା ସମ୍ପର୍କରେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ । ବାରମ୍ବାର ପାଚେରୀ ଭାଙ୍ଗିବା ବିଶେଷ କରି ଗିବନ୍ ରହିବା ପୂର୍ବରୁ ଏପରି ଘଟଣା ଘଟିବାରୁ ଏବେ ଅଡ଼ୁଆରେ ପଡ଼ିଛନ୍ତି ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ।

Exit mobile version