Site icon ଆଜିକାଲି

ଜିଲ୍ଲାପାଳ କାର୍ଯ୍ୟାଳୟ କାନ୍ଥ ଭୁଷୁଡି ପଡି ତିନି ମୋଟର ସାଇକେଲ ଚେପା ଜଣେ ଆହତ


ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଠାରେ ଅବସ୍ଥିତ ଉପ-ଜିଲ୍ଲାପାଳ କାର୍ଯ୍ୟଳୟର କାନ୍ଥ ଭୁଷୁଡି ପଡିବା ପରେ ତିନୋଟି ମୋଟର ସାଇକେଲ ଭଙ୍ଗାରୁଜା ହେବା ସହ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ନବରଙ୍ଗପୁର ଉପ-ଜିଲ୍ଲାପାଳ କାର୍ଯ୍ୟଳୟର ଏକ ଦୁର୍ବଳ ଅବସ୍ଥାରେ ରହିଥିବା କାନ୍ଥ ଗତକାଲି ବର୍ଷାରେ ପ୍ରଭାବିତ ହୋଇ ଆଜି ଦିନ ବାରଟା ସମୟରେ ଜଣେ ଆରୋହୀ ଉକ୍ତ ସ୍ଥାନ ଦେଇ ଯାଉଥିବା ବେଳେ ହଠାତ୍ କାନ୍ଥଟି ଭୁଷୁଡି ପଡ଼ିଥିଲା, କାନ୍ଥ ଭୁଷୁଡି ନବରଙ୍ଗପୁର ବାସିନ୍ଦା ରଣଜିତ୍ ହରିଜନ (୪୫ )ନାମକ ଗୁରୁତ୍ୱର ଆହାତ ହୋଇ ଚିକିତ୍ସା ପାଇଁ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ରଣଜିତଙ୍କ ମୁଣ୍ଡ ହାତ ଓ ଗୋଡରେ କାନ୍ଥ ପଡ଼ି ମାଡ ବାଜିବା ସହ ଆହତ ହୋଇ ନବରଙ୍ଗପୁର ଜିଲ୍ଲା ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତି ହୋଇଛନ୍ତି। ଅନ୍ୟପଟେ ଉକ୍ତ ସ୍ଥାନରେ ଥିବା ତିନୋଟି ମୋଟର ସାଇକେଲ ଉପରେ ଭଙ୍ଗା କାନ୍ଥ ପଡି ଚେପା ହୋଇ ଯାଇଛି।

Exit mobile version