Site icon ଆଜିକାଲି

ଡବ୍ଲ୍ୟୁଓଡ଼ିସି ଅଧ୍ୟକ୍ଷଙ୍କ ବରଗଡ଼ ଜିଲା ଗସ୍ତ, ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର କାର୍ଯ୍ୟ ତଦାରଖ କଲେ

ବରଗଡ଼: ବରଗଡ଼ ଜିଲାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ଡବ୍ଲ୍ୟୁଓଡ଼ିସି) ଅଧ୍ୟକ୍ଷ ଅସିତ ତ୍ରିପାଠୀ । ପ୍ରଥମେ ବରଗଡ଼ ଜିଲା ବରପାଲିରେ ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ ସମାଧିପୀଠରେ ପହଂଚିଥିଲେ । ସେଠାରେ ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ଉକ୍ତ ସମାଧିପୀଠର ସୌନ୍ଦର୍ଯ୍ୟକରଣ କାମ ୧.୧୯ କୋଟି ଟଙ୍କା ବ୍ୟୟରେ ହୋଇଥିବା ବେଳେ ତାହା ଠିକ ଭାବରେ କାର୍ଯ୍ୟ ସମ୍ପାଦନ ହେଉଛିକି ନାହିଁ ସେନେଇ ବିଭାଗୀୟ ଜେଇଙ୍କୁ ପଚାରି ବୁଝିଥିଲେ । ପରେ ହାଇସ୍କୁଲ ଖେଳ ପଡ଼ିଆରେ ନିର୍ମାଣାଧୀନ ବିଜୁ ପଟ୍ଟନାୟକ ବହୁମୁଖୀ ହଲ ପରିଦର୍ଶନ କରିଥିଲେ ।

ସେହିପରି ମହୁଳପାଳିରେ ନିର୍ମାଣାଧୀନ କଲ୍ୟାଣ ମଣ୍ଡପ ନିର୍ମାଣ, ବରଗଡ଼ ବ୍ଳକ ତୁରୁଙ୍ଗା ଠାରେ ଗଙ୍ଗାଧର ମେଗା ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟ ତଦାରଖ, ଭଟଲି ବ୍ଳକ ଖର୍ସଲରେ କଲ୍ୟାଣ ମଣ୍ଡପ ନିର୍ମାଣ, ବାରବଖରା ଠାରେ ଇକୋ ଟୁରିଜିମ ଭିତ୍ତିଭୂମିର ବିକାଶ କାର୍ଯ୍ୟ, ବରଗଡ଼ ସଦର ବ୍ଳକ ବର୍ହାଗୋଡ଼ା ପଂରାପାଟ ଠାରେ ନିର୍ମାଣଧୀନ କଲ୍ୟାଣ ମଣ୍ଡପ ନିର୍ମାଣ, ଅତାବିରା ବ୍ଲକର ଲସ୍ତଲା ମନାପଡା ପଂଚାୟତ, ଖଇରପାଲି, ସରଣ୍ଡାର ସହଁରାଟିକ୍ରା ଠାରେ ନିର୍ମାଣଧୀନ କଲ୍ୟାଣ ମଣ୍ଡପ ନିର୍ମାଣର କାର୍ଯ୍ୟର ସମୀକ୍ଷା ଓ ତଦାରଖ କରିଥିଲେ । ଏହି ଗସ୍ତ ସମୟରେ ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ, ବ୍ଳକ ଉନ୍ନୟନ ଅଧିକାରୀ ଓ ବିଭିନ୍ନ ବିଭାଗର ଅଧିକାରୀଗଣ ଉପସ୍ଥିତ ଥିଲେ ।

Exit mobile version