Site icon ଆଜିକାଲି

ଆଜିଠୁ ରାଜ୍ୟରେ କମିବ ଶୀତ

ଭୁବନେଶ୍ବର : ରାଜ୍ୟରେ ଆଜି ଠାରୁ କମିବ ଶୀତ । ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ଯାଏ ବଢ଼ିଯିବ । ରାତି ତାପମାତ୍ରା ବଢ଼ିବା ଯୋଗୁ ଶୀତ କମିବ। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ କରିଛି।

ସେହିଭଳି ରାଜ୍ୟରେ ରାତି ତାପମାତ୍ରା କ୍ରମଶଃ ବଢ଼ିବ ବୋଲି ପାଣିପାଗ ବିଶେଷଜ୍ଞ ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି । ଉପକୂଳ ଓଡ଼ିଶାରେ ଆସନ୍ତା ତିନି ଦିନ ଯାଏ ରାତି ତାପମାତ୍ରା ତିନି ଡିଗ୍ରୀ ବଢ଼ିବ । ପର ଦୁଇ ଦିନ ଆଉ ତିନି ଡିଗ୍ରୀ କମିବ । ଫଳରେ ଶୀତ କମିବ ବୋଲି ସେ କହିଛନ୍ତି । ଆସନ୍ତା ଦୁଇ ଦିନ ରାଜ୍ୟରେ କୁହୁଡ଼ି ରହିବ । କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତ୍‌ସିଂହପୁରରେ କୁହୁଡ଼ି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

Exit mobile version