Site icon ଆଜିକାଲି

ରାଜ୍ୟରେ ଖସୁଛି ପାରଦ, ବଢୁଛି ଶୀତ

ଭୁବନେଶ୍ୱର : ରାଜ୍ୟରେ ଖସୁଛି ପାରଦ । ଫଳରେ ଶୀତ ବଢ଼ିବାରେ ଲାଗିଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଆରମ୍ଭ ହୋଇଯାଇଥିବା ବେଳେ ରାଜ୍ୟର ୧୪ ସହରରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି। ରାଜ୍ୟର ସର୍ବନିମ୍ନ ତାପମାତ୍ରା କନ୍ଧମାଳ ଜିଲା ଜି ଉଦୟଗିରିରେ ରେକର୍ଡ ହୋଇଛି । ଜି ଉଦୟଗିରିରେ ୯. ୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ସେହିପରି ଫୁଲବାଣୀରେ ସର୍ବନିମ୍ନ ରାତ୍ରୀ ତାପମାତ୍ରା ୧୧.୫ ଡିଗ୍ରୀ ରହିଥିବା ରେକର୍ଡ ହୋଇଛି । କୋରାପୁଟ ଜିଲ୍ଲାର ସେମିଳିଗୁଡ଼ାରେ ୧୦.୩ ଡିଗ୍ରୀ, ସୁନ୍ଦରଗଡ଼ କିରେଇରେ ୧୧.୭ଡିଗ୍ରୀ, ଦାରିଙ୍ଗବାଡ଼ିରେ ୧୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । କଟକ-ଭୁବନେଶ୍ବରରେ ମଧ୍ୟ ତାପମାତ୍ରା ୧୭ ଡିଗ୍ରୀକୁ ଖସିଛି ।

ତେବେ ଆସନ୍ତା ୪ରୁ ୫ ଦିନ ଯାଏ ରାଜ୍ୟର ଅନେକ ସ୍ଥାନରେ ପାରଦ ସ୍ବାଭାବିକ ତାପମାତ୍ରା ଠାରୁ ୨ରୁ ୩ ଡିଗ୍ରୀ କମ୍ ରହିବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ସକାଳୁ ପାଗ କୁହୁଡ଼ିଆ ରହୁଛି । କିଛି କିଛି ସ୍ଥାନରେ ଘନ କୁହୁଡି ଦେଖାଦେଉଛି । ଆହୁରି ୪ରୁ ୫ ଦିନ ଏଭଳି ପାଗ ଲାଗି ରହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

Exit mobile version