Site icon ଆଜିକାଲି

୯ ଅଗଷ୍ଟ ବୁଧବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ: ଆଜିର ଦିନ ଭଲ। ପଡ଼ୋଶୀଙ୍କ ସହିତ ମିଶି ସାମାଜିକ କାର୍ଯ୍ୟ କରିବେ। ସମାଜରେ ଆପଣଙ୍କ ସମ୍ମାନ ବଢ଼ିବ। ମା’, ବାପାଙ୍କ ଆଶୀର୍ବାଦ ମିଳିବ।

ବୃଷ: ଆଜି ବାପଘରୁ କୌଣସି ଶୁଭ ସମାଚାର ମିଳିବ। ମନ ପ୍ରସନ୍ନ ରହିବ। ଧାର୍ମିକ କାର୍ଯ୍ୟରେ ସହଯୋଗ କରିବେ। ସାଥୀଙ୍କ ସହ ପାର୍କରେ ବୁଲିବେ।

ମିଥୁନ: ଦାମ୍ପତ୍ୟ ଜୀବନରେ ମିଠା ମତାନ୍ତର ରହିବ, ଯଦ୍ଦ୍ଵାରା ସମ୍ପର୍କରେ ମିଠାପଣ ଭରିଯିବ। ନୂଆ ବ୍ୟବସାୟ ଆରମ୍ଭ କରିବେ। ପ୍ରୋଜେକ୍ଟ କାମ ସାରିବେ।

କର୍କଟ: ଆଜିର ଦିନ ବହୁତ ଫାଇଦା ହେବ। ଧୌର୍ଯ୍ୟର ସହ କାମ କରନ୍ତୁ। ଆର୍ଥିକ ସ୍ଥିତିକୁ ଭଲ କରିବା ପାଇଁ ନିଜର ରଚନାତ୍ମକ କ୍ଷମତା ପ୍ରୟୋଗ କରନ୍ତୁ।

ସିଂହ: ଆପଣଙ୍କ ଦିନ ଖୁସିରେ ଭରିଯିବ। ନିଜର ଆତ୍ମବିଶ୍ୱାସ ବଳରେ ଭାବିଥିବା କାମ ପୂରା କରିବେ। ଦାମ୍ପତ୍ୟ ଜୀବନ ସୁଖ ଆସିବ। ସଫଳତା ପାଇବେ।

କନ୍ୟା: ନିଜର ବାଣୀ ଉପରେ ସଂଯତ ରୁହନ୍ତୁ। ଛାତ୍ରମାନଙ୍କୁ ପରିଶ୍ରମ ଅନୁସାରେ ଫଳ ମିଳିବ। ଆଜି ଚାକିରିଆମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ।

ତୁଳା: ଦିନଟି ବହୁତ ବଢ଼ିଆ ରହିବ। କୌଣସି ପ୍ରଭାବଶାଳୀ ଲୋକଙ୍କଠାରୁ ସହଯୋଗ ପାଇବେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ପ୍ରଶଂସା ହେବ।

ବିଛା: ଆଜି କୌଣସି ମାମଲାରେ ଦଖଲ ଦିଅନ୍ତୁ ନାହିଁ। ବଡ଼ ପ୍ରୋଜେକ୍ଟରେ ପଇସା ନିବେଶ କରନ୍ତୁ ନାହିଁ। ଲଭ୍‌ମେଟଙ୍କ ପାଇଁ ଆଜିର ଦିନଟି ଭଲ।

ଧନୁ: ଚାକିରି ପରିବର୍ତ୍ତନ କରିବାକୁ ମନ ବଳାଇବେ। ମା’ଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ। ନିଜର ଭବିଷ୍ୟତ ଯୋଜନା ବିଷୟରେ କାହାକୁ କୁହନ୍ତୁ ନାହିଁ।

ମକର: ଆପଣଙ୍କ କଥାକୁ ସମସ୍ତେ ଧ୍ୟାନରେ ଶୁଣିବେ। କାର୍ଯ୍ୟକୁ ସମୟ ଅନୁସାରେ ପୂରା କରିବାକୁ ଇଚ୍ଛା କରିବେ। ଅଫିସ୍‌ରେ ସହକର୍ମୀଙ୍କ ସହଯୋଗ ମିଳିବ।

କୁମ୍ଭ: ଆପଣଙ୍କୁ କ୍ୟାରିୟର ସମ୍ବନ୍ଧରେ ନୂଆ ଅବସର ପ୍ରାପ୍ତ ହେବ। ଆଜି ଆପଣଙ୍କ ବସ୍‌ ଉପହାର ଦେଇ ପ୍ରୋତ୍ସାହିତ କରିବେ। ଧନ ଲାଭ ହେବ।

ମୀନ: ସାମାଜିକ କାର୍ଯ୍ୟରେ ମନ ଲାଗିବ। ଆଜି ଆପଣଙ୍କୁ ପରିଶ୍ରମ କରି ଆଗକୁ ବଢ଼ିବାର ଅଛି। ବିବାଦଠୁ ଦୂରେଇ ରୁହନ୍ତୁ। ଘରର ବରିଷ୍ଠଙ୍କ ଯତ୍ନ ନିଅନ୍ତୁ।

Exit mobile version