Site icon ଆଜିକାଲି

୨୧ ଫେବୃଆରୀ ବୁଧବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ– ଦିନଟିରେ ଆପଣ ମଧ୍ୟମ ଫଳ ପ୍ରାପ୍ତ କରିବେ । ଦେଇଥିବା ଧନରାଶି ଆପଣ ଫେରି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି । ବ୍ୟବସାୟରେ ସମ୍ଭ୍ରମତା ରଖିଲେ ଅଧିକ ଲାଭ ପାଇପାରିବେ । ଛାତ୍ରଛାତ୍ରୀମାନଙ୍କ ପାଇଁ ନୂତନ ସ୍ଥାନ ପ୍ରାପ୍ତି ଯୋଗ ରହିଛି ।

ବୃଷ– ଦିନଟି ଆପଣଙ୍କୁ ମଧ୍ୟମ ଫଳ ପ୍ରଦାନ କରିବ । ମନ ବ୍ୟାକୁଳିତ ରହିବ । କାର୍ଯ୍ୟ କରିବା ସମୟରେ ଧ୍ୟାନର ସହ କରନ୍ତୁ । ପରିବାରରେ ସୁଖ ଶାନ୍ତି ଲାଗି ରହିବ । ବ୍ୟବସାୟରେ ଭଲ ଫଳ ମିଳିବ । ନୂତନ ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ ଦେବେ ।

ମିଥୁନ– ମାଲିମକଦ୍ଦମାରେ ଜୟଯୁକ୍ତ ହେବେ । କିଛି କାର୍ଯ୍ୟକୁ ହାସଲ କରିବା ପାଇଁ ପ୍ରତୀକ୍ଷା କରିବାକୁ ପଡ଼ିପାରେ । ଭୂମି କ୍ରୟ କରିବା ପାଇଁ ଦିନଟି ଅତ୍ୟନ୍ତ ଶୁଭ ରହିଛି । ପୁଞ୍ଜି ନିବେଶ କରିବା ପାଇଁ ମଧ୍ୟ ଶୁଭାଦୟକ ସାବ୍ୟସ୍ତ ହେବ । ଛାତ୍ରଛାତ୍ରୀମାନଙ୍କ ପାଇଁ ଦିନଟି କଠିନ ହୋଇପାରେ।

କର୍କଟ– କାହା ଉପରେ ଭରସା କରିବା ପୂର୍ବରୁ ଥରେ ନିଶ୍ଚିନ୍ତ ଭାବି ନିଅନ୍ତୁ । ଉଚ୍ଚ ପଦ ପଦବୀରେ ସମ୍ମାନିତ ହେବେ । ନୂତନ ଆବେଦନ ପାଇଁ ବିଦ୍ୟାର୍ଥୀମାନଙ୍କୁ ଦିନଟି ଶୁଭ ହେବ । ଗରିବଙ୍କ ସେବାରେ କିଛି ଧନ ଦାନ ଦେଲେ ଦିନଟି ଆହୁରି ଶୁଭଦାୟକ ହେବ । ବ୍ୟବସାୟରେ ବିତ୍ତ ବୃଦ୍ଧି ହେବ ।

ସିଂହ– ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି । ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହୋଇପାରେ । ଦିନଟି ବ୍ୟସ୍ତ ବହୁଳତାରେ କଟିବ । ପରିବାରରେ ସାଧାରଣ ସମସ୍ୟାକୁ ନେଇ ବିବାଦ ସୃଷ୍ଟି ହେବ । ଛାତ୍ରଛାତ୍ରୀମାନେ ଅଧ୍ୟୟନରେ ସମୟ ନିବେଶ କରିବାକୁ ଇଚ୍ଛା ପ୍ରକାଶ କରିବେ ନାହିଁ ।

କନ୍ୟା– ଚାକିରିରେ ମତଭେଦ ସୃଷ୍ଟି ହେବ । ପୂର୍ବରୁ ଲାଗି ରହିଥିବା ସମସ୍ୟାର ସମାଧାନର ବାଟ ଦେଖାଯିବ । ଧନପ୍ରାପ୍ତିର ଯଥେଷ୍ଟ ସମ୍ଭାବନା ରହିଛି । ନୂତନ କର୍ମ ସଂସ୍ଥାନ ମିଳିବା ଯୋଗୁଁ ଖୁସିର ମହୋଲ ରହିବ । ଛାତ୍ରଛାତ୍ରୀମାନେ ନୂତନ ପ୍ରୟାସରେ ନିଜକୁ ସାମିଲ କରିବେ । ଚାଷୀମାନେ ଉପଯୁକ୍ତ ମୂଲ୍ୟ ପ୍ରାପ୍ତ କରିବେ ।

ତୁଳା– ଜୀବନରେ କରିଥିବା ଭଲ କର୍ମ ଗୁଡ଼ିକର ଫଳ ମିଳିବ। ବ୍ୟାପାରରେ ଅଧିକ ଲାଭ ଯୋଗ ରହିଛି । ପୁରୁଣା ଋଣ ପରିଶୋଧ କରିବାକୁ ସକ୍ଷମ ହେବେ । ପତ୍ନୀଙ୍କ ସହ ଆଲୋଚନା କରି କିଛି ନୂଆ କରିବାକୁ ମନସ୍ଥ କରିବେ । ଛାତ୍ରଛାତ୍ରୀମାନେ ନୂତନ ଉପଲବ୍ଧି ପ୍ରାପ୍ତ କରିବେ ।

ବିଛା- ଧନ ସମ୍ପତ୍ତି ପ୍ରାପ୍ତିର ଯୋଗ ରହିଛି । ମାଲିମକୋଦ୍ଦମାରେ ଜୟଯୁକ୍ତ ହେବେ । ଦାନ ଧର୍ମରେ ସମୟ ଅତିବାହିତ କରିବେ । ସ୍ବାସ୍ଥ୍ୟାବସ୍ଥା ସ୍ୱଚ୍ଛଳ ରହିବ । ବ୍ୟବସାୟୀମାନଙ୍କ ପାଇଁ ଦିନଟି ଏତେ ଭଲ ସାବ୍ୟସ୍ତ ହେବ ନାହିଁ । ଛାତ୍ରଛାତ୍ରୀମାନେ ଅଧିକ ପରିଶ୍ରମ କରିବେ ।

ଧନୁ– ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିପାରେ । ଆୟ ଠାରୁ ବ୍ୟୟ ଅଧିକ ରହିପାରେ। ପୁରୁଣା ବନ୍ଧୁଙ୍କୁ ପାଇ ଖୁସି ଅନୁଭବ କରିବେ। ଶାରୀରିକ ଓ ମାନସିକ ଅବସ୍ଥା ଏତେ ଭଲ ରହିବ ନାହିଁ । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ମଧ୍ୟମ ଫଳ ପ୍ରଦାନ କରିବ । ଦମ୍ପତିଙ୍କ ମଧ୍ୟରେ ସାମାନ୍ୟ କଳହ ଦେଖାଦେଇପାରେ ।

ମକର– ଚାକିରି କ୍ଷେତ୍ରରେ ପଦୋନ୍ନତିର ଯଥେଷ୍ଟ ସମ୍ଭାବନା ରହିଛି । ବୟୋଜ୍ୟେଷ୍ଠଙ୍କ ଠାରୁ ସମ୍ମାନ ଓ ଆଶୀର୍ବାଦ ମିଳିବ । ଅଧା ରହିଥିବା କାର୍ଯ୍ୟକୁ ସଂପୂର୍ଣ୍ଣ କରିବେ । ପରିବାରରେ କୌଣସି ସଦସ୍ୟଙ୍କ ସ୍ଵାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ । ବ୍ୟବସାୟରେ ଉତ୍ତମ ଫଳ ପ୍ରାପ୍ତ ହେବ।

କୁମ୍ଭ– ଦୁର୍ଜନଙ୍କ ଠାରୁ ସଂପୂର୍ଣ୍ଣ ଦୂରେଇ ରୁହନ୍ତୁ । ପରିବାରରେ ଆପଣଙ୍କୁ ଅବହେଳିତ ହେବାକୁ ପଡ଼ିପାରେ । ଅତିଥି ଚର୍ଯ୍ୟାରେ ସମୟ ଅତିବାହିତ କରିବେ । ହେବାକୁ ଥିବା କାର୍ଯ୍ୟ ଅଟକିପାରେ । ନିବେଶ ପାଇଁ ଦିନଟି ସଂପୂର୍ଣ୍ଣ ଖରାପ ରହିଛି । ଭାବିଚିନ୍ତି ନିବେଶ କରନ୍ତୁ । କିଛି ଭଲ ସୂଚନା ଆପଣଙ୍କୁ ମିଳିପାରେ ।

ମୀନ– ଶରୀରରେ ସାମାନ୍ୟ ପୀଡ଼ା ଅନୁଭବ ହୋଇପାରେ । ଅନ୍ୟ ଚର୍ଚ୍ଚା କରି ସମୟ ନଷ୍ଟ କରିବେ । ଅଧିକ ପରିଶ୍ରମରେ ଦିନଟି କଟିବ । ବ୍ୟବସାୟରେ ଆସନୁରୂପ ଫଳ ପ୍ରାପ୍ତି ହେବ । ଛାତ୍ରଛାତ୍ରୀମାନେ ସମୟ ନଷ୍ଟ କରିବେ । ବହୁ ସମୟରୁ ଲାଗି ରହିଥିବା କଳହର ପୂର୍ଣ୍ଣଚ୍ଛେଦ ପଡ଼ିବ।

Exit mobile version