Site icon ଆଜିକାଲି

୭ ଫେବୃଆରୀ ବୁଧବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ- ପାରିବାରିକ ସମସ୍ୟାର ସମାଧାନ ସକାଶେ ବନ୍ଧୁ ସାହାଯ୍ୟ କରିପାରନ୍ତି। କଳା, କ୍ରୀଡ଼ା, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ସମାଧାନ ହେବ। ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍ ଆରମ୍ଭ କରିବାକୁ ମନ ବଳାଇବେ। ଅଚାନକ ଭାବରେ ବନ୍ଧୁଙ୍କ ଆମନ୍ତ୍ରଣ ପାଇ ଯାତ୍ରା କରିପାରନ୍ତି।

ବୃଷ- ଉପସ୍ଥିତ ବୁଦ୍ଧି ଓ କୌଶଳପୂର୍ଣ୍ଣ ବ୍ୟବହାର ଅନ୍ୟକୁ ଆପଣାର କରିବାରେ ସାହାଯ୍ୟ କରିପାରେ। ଅର୍ଥଲାଭ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିପାରେ। ଘରର କେତେକ ବ୍ୟତିକ୍ରମକୁ ନେଇ ଚିନ୍ତା ପ୍ରକଟ କରି ପାରନ୍ତି। କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ

ମିଥୁନ- ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ। କେତେକ କ୍ଷେତ୍ରରେ ପର ପାଇଁ ଖଟିବାକୁ ପଡ଼ିପାରେ। ବନ୍ଧୁଙ୍କ କାର‌୍ୟ୍ୟରେ ଅସନ୍ତୋଷ ବ୍ୟକ୍ତ କରିପାରନ୍ତି। ରାଜନୀତି, ସଭାସମିତି କାର‌୍ୟ୍ୟ ସକାଶେ ଆଲୋଚନା ଫଳପ୍ରଦ ହୋଇପାରେ।

କର୍କଟ- ଅନିୟମିତ ଆହାର ଗ୍ରହଣ ଫଳରେ ଶାରୀରିକ ଅସୁସ୍ଥତା ଅନୁଭବ କରିବେ। ପ୍ରତିଯୋଗିତାରେ ସଫଳତା ପାଇପାରନ୍ତି। ବିଭିନ୍ନ ପ୍ରକାର ସମସ୍ୟା ଜାଲରେ ଛନ୍ଦିହୋଇ ମନୋବଳ ଭାଙ୍ଗିଲା ଭଳି ଅନୁଭବ କରିବେ। ଅଯଥାରେ ଅନ୍ୟମାନଙ୍କ ଉପରେ ବିରକ୍ତି ପ୍ରକାଶ କରନ୍ତୁ ନାହିଁ ।

ସିଂହ- ପରିବାରରେ ପାରସ୍ପରିକ ସହଯୋଗ ପରିବେଶକୁ ସରସ, ସୁନ୍ଦର କରିବ। ଯେକୌଣସି କାମ କଲେ ପ୍ରଥମେ ପ୍ରତିବନ୍ଧକ ଲାଗି ରହିଲେ ମଧ୍ୟ ପରେ ସଫଳତା ମିଳିବ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ ଭଲରେ ଚାଲିବ ଏବଂ ଲାଭବାନ୍ ମଧ୍ୟ ହେବେ। ପରିବହନରେ ଝଗଡ଼ା କିମ୍ବା ତଜ୍ଜନିତ ସମସ୍ୟାର ଆଶଙ୍କା ରହିଛି।

କନ୍ୟା- ବ୍ୟବସାୟରେ ଅଧିକ ଖର୍ଚ୍ଚ ହେବାର ସମ୍ଭାବନା ଅଛି । ପର କଥାରେ ମନଦେଇ ନିଜ ଘର କାମକୁ ଅବହେଳା କରିପାରନ୍ତି। ନିର୍ମାଣାଧୀନ କାମ ଅଟକି ରହିଯାଇପାରେ । ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ସାମାନ୍ୟ ଚେଷ୍ଟାରେ ପାଇବେ।

ତୁଳା- ନିକଟସ୍ଥ ବ୍ୟକ୍ତିଙ୍କ ସାହାଯ୍ୟ ସମସ୍ୟା ସମାଧାନ କରିବାରେ ସହାୟତା କରିବ। କର୍ମକ୍ଷେତ୍ରରେ ଆପଣଙ୍କ ପ୍ରତି ଉଚ୍ଚ ଅଧିକାରୀଙ୍କ ବ୍ୟବହାର ସକାରତ୍ମକ ରହିବ । ସଭାସମିତିରେ ତର୍କ ବୃଦ୍ଧି ପାଇବା କାରଣରୁ ସମସ୍ୟା ଦେଖାଦେବ । ଆଜିର କଳା, ସାହିତ୍ୟ, ସାଂସ୍କୃତିକ ତଥା ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।

ବିଛା- ପରିବାରରେ ଯେତେ ଅସୁବିଧା ଆସିଲେ ମଧ୍ୟ ସବୁକୁ ଏଡାଇ ଆଗକୁ ଯିବେ । ଜୀବନ ସାଥୀଙ୍କ ସହିତ ଦୂର ଯାତ୍ରାରେ ଆନନ୍ଦ ପାଇବେ । ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ। ଖର୍ଚ୍ଚ ପରିମାଣ ବୃଦ୍ଧିପାଇବା କାରଣରୁ ସାମୟିକ ଚିନ୍ତା କରିପାରନ୍ତି।

ଧନୁ- କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡିପାରେ । ଶିକ୍ଷାକ୍ଷେତ୍ରରେ ଭଲ ଫଳାଫଳ ପାଇ ପାରିବେ । ରାଜନିତି କ୍ଷେତ୍ରରେ କୈାଶଳପୂର୍ଣ୍ଣ ଦୃଢ ପଦଦେକ୍ଷପ ନେବେ । ମହିଳା ମାନେ ନକରାତ୍ମକ ପ୍ରବୃତିକୁ ଛାଡିବା ପାଇଁ ପ୍ରୟାସ କରିବେ । ସାହିତ୍ୟିକଙ୍କ ଲାଗି ଦିନଟି ଭଲ ରହିବ

ମକର- କାମକୁ ପୂରା କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ ଓ ତହିଁରେ ଲାଭ ମିଳିବ । ଶାରୀରିକ ପିଡା ଭୋଗ କରି ପାରନ୍ତି ଘରକୁ ସଜାଇବାରେ ଧ୍ୟାନ ଦେବେ । ବିଦ୍ୟାର୍ଥୀ ମାନେ ପରୀକ୍ଷାରେ ଭଲ ସଫଳତା ପାଇବେ । ମହିଳା ମାନେ ନୂଆ କାର୍ଯ୍ୟର ଅନୁସନ୍ଧାନ କରିବେ

କୁମ୍ଭ- ରୋଗରୁ ରକ୍ଷା ପାଇପାରିବେ । ବୃତ୍ତିରେ ଉନ୍ନତି ଆଣିବା ପାଇଁ ଅନେକ ସୁଯୋଗ ଉପଭୋଗ କରିବେ । ପଢାପଢି ଓ ପରୀକ୍ଷାରେ ସଫଳତା ପାଇବେ । ଯେଉଁ କାମ କରିବେ ତାହା ମନ ମୁତାବକ ସଂପୂର୍ଣ୍ଣ ହେବ ।

ମୀନ- ସମ୍ମାନ ଏବଂ ପ୍ରତିଷ୍ଠା ବୃଦ୍ଧି ପାଇବ । ଆପଣ ଏକ ନୂତନ କାର‌୍ୟ୍ୟ ଆରମ୍ଭ କରିବେ । ଉଚ୍ଚଶିକ୍ଷାକୁ ପ୍ରାଥମିକତା ଦେବେ । ପରିସ୍ଥିତିରେ ପଡି ଜମି ବିକ୍ରୟ କରିବେ ସମ୍ମାନିତ ଲୋକଙ୍କ ସହ ମିଶିବାର ଅବସର ପାଇବେ । ବଡ ଯୋଜନାର ଶୁଭାରମ୍ଭ କରିପାରନ୍ତି ।

Exit mobile version