Site icon ଆଜିକାଲି

୦୧ ନଭେମ୍ବର ବୁଧବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ : ଆଜି ଅଟକିଥିବା କାମ ପୂରା ହେବ। ସାମାଜିକ କାର୍ଯ୍ୟରେ ମନ ଲାଗିବ। ପରିଶ୍ରମ ତୁଳନାରେ ପରିଣାମ ନ ମିଳିଲେ ମଧ୍ୟ ଆପଣ ସେହି କ୍ଷେତ୍ରରେ ଆଗକୁ ଯିବେ। ପରିବାରରେ ହସଖୁସିର ମାହୋଲ ରହିବ।

ବୃଷ : ଆଜି ଆପଣଙ୍କ ସ୍ୱଭାବ ଉଗ୍ର ରହିବ। ଅଧିକ ଲୋକଙ୍କ ସହିତ ସମ୍ପର୍କ ଗଢ଼ିବେ। ବୌଦ୍ଧିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ। ମନ ପ୍ରସନ୍ନ ରହିବ। କାମ କରିବାରେ ମନ ଲାଗିବ। ଅନ୍ୟ ସହିତ କଥାବାର୍ତ୍ତା ବେଳେ ଭଦ୍ରତା ରଖନ୍ତୁ।

ମିଥୁନ : ଦିନଚର୍ଯ୍ୟାରେ ପରିବର୍ତ୍ତନ ହେବ। ଆର୍ଥିକ ରୂପେ ଦୃଢ଼ ହେବେ। ମନରେ ନୂଆ ବିଚାର ଆସିବ। ଆପଣ ନିଜ ଜୀବନସାଥୀଙ୍କଠାରୁ ଭଲ ପାଇବା ପାଇବେ। ଆଜି ଆପଣଙ୍କୁ କେହି ପ୍ରପୋଜ୍‌ କରିପାରନ୍ତି, ଯାହାକୁ ନେଇ ଆପଣ ଖୁସି ହେବେ।

କର୍କଟ : ନିଜ କାମରେ ତତ୍ପରତା ଏବଂ କୁଶଳତା ଆପଣଙ୍କ ପ୍ରଗତିରେ ସହାୟକ ହେବ। ଆଜି ନିଜ ପରିଜନଙ୍କୁ ଭେଟିବା ପାଇଁ ଯିବେ। ଏକ ଲମ୍ବା ସମୟ ପରେ ଆପଣ ତାଙ୍କୁ ଭେଟିବେ। ଏହାକୁ ନେଇ ଆପଣ ବହୁତ ଖୁସି ହେବେ।

ସିଂହ : ସମାଜର ହିତରେ କରିଥିବା କାର୍ଯ୍ୟରୁ ଆପଣଙ୍କୁ ମାନ ସମ୍ମାନ ମିଳିବ। ଆପଣ ଆର୍ଥିକ ରୂପେ ଲାଭବାନ ହେବେ। ଆପଣଙ୍କ ଜ୍ଞାନ ଚତୁଃପାର୍ଶ୍ୱର ଲୋକଙ୍କୁ ପ୍ରଭାବିତ କରିବ। ନିଜ ସାଥୀଙ୍କ ପାଇଁ କୌଣସି ଉପହାର କିଣିବେ।

କନ୍ୟା : ଆପଣଙ୍କ ଧନ ସମ୍ବନ୍ଧୀୟ ସମସ୍ତ ପ୍ରକାର ଚିନ୍ତା ଦୂର ହେବ। ଅଧିକ ବିଚାର ଯୋଗୁ ମାନସିକ ରୂପେ ଆପଣ ଥକିଯିବେ। ବ୍ୟବସାୟକୁ ନେଇ ଚିନ୍ତା ଦୂର ହୋଇପାରେ। ଛାତ୍ରମାନଙ୍କୁ ସଫଳତା ମିଳିପାରେ। ଆଳସ୍ୟ ରହିବ।

ତୁଳା : ଟଙ୍କା ଲେଣଦେଣକୁ ନେଇ ବ୍ୟସ୍ତ ରହିବେ। ଫିଟ୍‌ନେସକୁ ନେଇ ସଚେତନ ରହିବେ। ଅତିରିକ୍ତ କାମରେ ଅନ୍ୟର ସହଯୋଗ ମିଳିପାରେ। କିଛି ଲୋକଙ୍କ ଭଲ ପାଇଁ ଆପଣ କାମ କରିବେ। ପୁରୁଣା କଥାରେ ଝଗଡ଼ା ଦୂର ହୋଇପାରେ।

ବିଛା : ମତଭେଦ ଯୋଗୁ ବ୍ୟକ୍ତିଗତ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ। ଯାତ୍ରା ଆପଣଙ୍କ ପାଇଁ ଆନନ୍ଦଦାୟକ ରହିବ ଏବଂ ଏଥିରୁ ଆପଣ ଲାଭବାନ ହେବେ। କୌଣସି ବି ପ୍ରକାର ବେଆଇନ କାର୍ଯ୍ୟକଳାପଠାରୁ ଦୂରରେ ରୁହନ୍ତୁ।

ଧନୁ : କୌଣସି ନୂଆ କାମ ଆରମ୍ଭ କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ। ବ୍ୟବସାୟକୁ ନେଇ ଯାତ୍ରା କରିପାରନ୍ତି। ଉଚ୍ଚ ଅଧିକାରୀ ଆପଣଙ୍କ ଉପରେ ଖୁସି ରହିବେ। ପଦୋନ୍ନତି ହେବାର ସମ୍ଭାବନା ରହିଛି।

ମକର : ପାର୍ଟନରଙ୍କୁ ଖୁସି କରିବା ପାଇଁ ତାଙ୍କୁ ବାହାରକୁ ବୁଲାଇବାକୁ ନେଇପାରନ୍ତି। କାର୍ଯ୍ୟସ୍ଥଳରେ ମାମୁଲି କଥାକୁ ନେଇ ବିବାଦର ସ୍ଥିତି ଉପୁଜିପାରେ। ନୂଆ ଲୋକଙ୍କ ସହ ବନ୍ଧୁତା ଗଢ଼ିପାରନ୍ତି। ପଦ ଲାଭ ମିଳିପାରେ।

କୁମ୍ଭ : କିଛି କାମ ଯୋଗୁ ଆଜି ଅଫିସ୍‌ରୁ ଜଲ୍‌ଦି ବାହାରିବାକୁ ଚେଷ୍ଟା କରିବେ। ପଠନ-ଲିଖନ ଭଳି ସାହିତ୍ୟିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ। ମିଛ କହି ନିଜକୁ କ୍ଷତି କରିବେ। ବିଳାସପୂର୍ଣ୍ଣ ଜିନିଷ କିଣିବା ଉପରେ ଖର୍ଚ୍ଚ ବଢ଼ିପାରେ।

ମୀନ : ଅଫିସ୍‌ରେ ଉଚ୍ଚ ଅଧିକାରୀ ଆପଣଙ୍କ କାମକୁ ପ୍ରଶଂସା କରିବେ। କୌଣସି ନିଶାଦ୍ରବ୍ୟ ସେବନ କରନ୍ତୁ ନାହିଁ କି ବିଳମ୍ବିତ ରାତିରେ ଗାଡ଼ି ଚଲାନ୍ତୁ ନାହିଁ। ଆପଣଙ୍କୁ ନିଜ ପାର୍ଟନରଙ୍କ ପ୍ରତି ଅତ୍ୟନ୍ତ ବିଶ୍ୱସନୀୟ ହେବା ଉଚିତ୍‌।

Exit mobile version