Site icon ଆଜିକାଲି

୧୨ ଅକ୍ଟୋବର ବୁଧବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। କଳା ଓ ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ ଆଶାନୁରୂପ ସଫଳତା ପ୍ରାପ୍ତ ହେବ। ଆପଣଙ୍କୁ ସନ୍ତାନଙ୍କ ତରଫରୁ ସୁଖଦ ସମାଚାର ମିଳିପାରେ। କିଛି ଅନାବଶ୍ୟକ ଖର୍ଚ୍ଚ ଉପରେ ଆପଣଙ୍କୁ ଲଗାମ ଦେବା ଆବଶ୍ୟକ। ଆପଣ ପରମ୍ପରାକୁ ନିୟମ ଅନୁସାରେ ପାଳନ କରିବେ।

ବୃଷ ରାଶି:-ଆଜି ଆପଣ ସକାରାତ୍ମକ ପରିଣାମ ଭୋଗ କରିବେ। ବିଗିଡି ଯାଇଥିବା ପାରିବାରିକ ସମ୍ପର୍କରେ ସୁଧାର ଆସିବ। ଘରେ କୌଣସି ମାଙ୍ଗଳିକ କାର୍ଯ୍ୟକ୍ରମର ଆୟୋଜନ ପାଇଁ ସାଜସଜ୍ଜା ହୋଇପାରେ। ଆପଣ ଦାନ ପୁଣ୍ୟ କାର୍ଯ୍ୟରେ ଅଧିକ ଖର୍ଚ୍ଚ କରିବେ। ଆପଣ କୌଣସି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଅନୁଭବୀ ଲୋକଙ୍କ ପରାମର୍ଶ ନିଅନ୍ତୁ।

ମିଥୁନ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ଉପରେ କାର୍ଯ୍ୟ ଚାପ ବଢିପାରେ। ବିଦ୍ୟାର୍ଥୀ ମାନେ ପରୀକ୍ଷାରେ ଆଶାନୁରୂପ ସଫଳତା ହାସଲ କରିବେ। ଆୟ କମିଯିବ। ବ୍ୟୟ ଅଧିକ ହେବା ଯୋଗୁଁ ଆପଣ ଚିନ୍ତିତ ରହିବେ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

କର୍କଟ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ବ୍ୟବସାୟିକ ମାମଲାରେ ଆପଣ ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି। କୌଣସି ସ୍ଥାନରେ ନିବେଶ କରିବା ପୂର୍ବରୁ ଭଲଭାବରେ ବିଚାର କରିବା ଆବଶ୍ୟକ। ଆପଣ ସନ୍ତାନଙ୍କ କ୍ୟାରିୟରକୁ ନେଇ ଚିନ୍ତିତ ରହି ପାରନ୍ତି। କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟରତ ଥିବା ଲୋକଙ୍କୁ ଅଧିକ ସତର୍କ ରହିବାର ଆବଶ୍ୟକତା ରହିଛି।

ସିଂହ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ।ପରିବାର ଲୋକଙ୍କ ସହିତ ହସଖୁସିର ସମୟ ଅତିବାହିତ କରିବେ। ଚାକିରି ଖୋଜୁଥିବା ଲୋକଙ୍କୁ ଖୁବ୍ ଶୀଘ୍ର ଚାକିରି ମିଳିବାର ସମ୍ଭାବନା ରହିଛି। ଜୀବନସାଥୀ ଆପଣଙ୍କର କୌଣସି କଥାରେ କ୍ରୋଧିତ ହୋଇ ପାରନ୍ତି। ଶତ୍ରୁ ଆପଣଙ୍କର କିଛି ମଧ୍ୟ ବିଗାଡି ପାରିବେ ନାହିଁ।

କନ୍ୟା ରାଶି :-ଆଜି ଆପଣଙ୍କୁ ଶୁଭ ଫଳ ପ୍ରାପ୍ତି ହେବ। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ। ପ୍ରେମୀ ଯୁଗଳଙ୍କ ପାଇଁ ସମୟ ଅନୁକୂଳ ନାହିଁ। ତେଣୁ ସତର୍କ ରହିବା ଆବଶ୍ୟକ। ଜୀବନସାଥୀ ଆପଣଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରିବେ। ଆପଣଙ୍କର ସମସ୍ତ ଦୁଃଖକଷ୍ଟ ଦୂର ହୋଇଯିବ।

ତୁଳା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଆପଣ ଦେଇଥିବା ଋଣ ସଠିକ ସମୟରେ ଫେରସ୍ତ ପାଇବେ। ବିବାହିତ ଲୋକେ ସନ୍ତାନ ସୁଖ ଭୋଗ କରିବେ। ଚାକିରି କ୍ଷେତ୍ରରେ କାର୍ଯ୍ୟରତ ଥିବା ଲୋକଙ୍କୁ ଆଶାନୁରୂପ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ପରିବାର ଲୋକଙ୍କ ପ୍ରତି ଆପଣ ନିଜ ଦାୟିତ୍ୱକୁ ସଠିକ ଭାବେ ତୁଲାଇବେ।

ବିଛା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆୟରେ ବୃଦ୍ଧି ହେବ। ଭାଇଭଉଣୀ ସମ୍ପର୍କରେ ଚାଲିଥିବା ମତଭେଦ ଦୂର ହେବ। ପିତାମାତାଙ୍କୁ ତୀର୍ଥ ଯାତ୍ରା କରିବାକୁ ପଠାଇବେ। ପରିବାରରେ ଶୁଭ ଓ ମାଙ୍ଗଳିକ କାର୍ଯ୍ୟକ୍ରମର ଆୟୋଜନ ହୋଇପାରେ। ଘରର ଆର୍ଥିକ ସଙ୍କଟ ଦୂର ହେବ।

ଧନୁ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ବିଦ୍ୟାର୍ଥୀ ମାନେ ପରୀକ୍ଷାରେ ଆଶାନୁରୂପ ସଫଳତା ହାସଲ କରିବା ପାଇଁ କଠିନ ପରିଶ୍ରମ କରିବେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ କରିବାର ଅବସର ପ୍ରାପ୍ତ ହେବ। ଘରର ଗୁରୁଜନଙ୍କ ପ୍ରତି ଧ୍ୟାନ ରଖନ୍ତୁ।

ମକର ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଅଫିସ ଓ ଘର ମଧ୍ୟରେ ଆପଣଙ୍କୁ ତାଳମେଳ ରଖିବା ଆବଶ୍ୟକ।ଆପଣ ନୂତନ ବାହନ ବା ଭୂମି କ୍ରୟ କରି ପାରନ୍ତି। ଅଜଣା ବ୍ୟକ୍ତିଙ୍କ ଭରସା କରି ନିଜର ମନକଥା ସେୟାର କରନ୍ତୁ ନାହିଁ। ବ୍ୟବସାୟରେ ଆପଣ ଉନ୍ନତି କରିବେ।

କୁମ୍ଭ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି।ଆଜି ଆପଣଙ୍କ ପରାକ୍ରମରେ ବୃଦ୍ଧି ହେବ। ଆପଣଙ୍କ ଶତ୍ରୁ ଆପଣଙ୍କୁ ଈର୍ଷା କରି ପାରନ୍ତି। କାରବାରରେ ଆପଣଙ୍କୁ ଦୂର ସ୍ଥାନକୁ ଯାତ୍ରା କରିବାକୁ ପଡିପାରେ। କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ସନ୍ତୁଷ୍ଟ ରହିବେ।

ମୀନ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ସମାଜରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ହେବା ସହିତ ପ୍ରତିଷ୍ଠା ବଜାୟ ରହିବ। ଧର୍ମକର୍ମ କାର୍ଯ୍ୟରେ ଆପଣ ଅଂଶଗ୍ରହଣ କରିବେ। ଅଯଥା ବିବାଦରେ ସାମିଲ ହୁଅନ୍ତୁ ନାହିଁ। ଜୀବନସାଥୀଙ୍କ ସହିତ ଉତ୍ତମ ବୁଝାମଣା ରହିବ।

Exit mobile version