Site icon ଆଜିକାଲି

୨୬ ଅକ୍ଟୋବର ବୁଧବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ବ୍ୟବସାୟରେ ଉତ୍ତମ ଅବସର ପ୍ରାପ୍ତ ହେବ। ଆପଣଙ୍କର ଅଟକି ରହିଥିବା ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବ। ଆପଣଙ୍କୁ ନିଜ ଦୈନନ୍ଦିନ ଜୀବନରେ କିଛି ପରିବର୍ତ୍ତନ କରିବା ଆବଶ୍ୟକ। କ୍ୟାରିୟର କ୍ଷେତ୍ରରେ ଆପଣ ଅଗ୍ରଗତି କରିବେ।

ବୃଷ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ବିଦ୍ୟାର୍ଥୀ ମାନଙ୍କୁ ପ୍ରତିଯୋଗିତାରେ ଆଶାନୁରୂପ ସଫଳତା ପ୍ରାପ୍ତ ହେବ। ଚାକିରି କ୍ଷେତ୍ରରେ କାର୍ଯ୍ୟରତ ଥିବା ଲୋକେ ଅଧିକ କାର୍ଯ୍ୟ ଚାପରେ ରହିବେ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

ମିଥୁନ ରାଶି :-ଆଜିର ଦିନଟି ଲାଭଦାୟକ ସାବ୍ୟସ୍ତ ହେବ। ଆୟ ଅପେକ୍ଷା ଅଧିକ ବ୍ୟୟ ଅଧିକ ରହିବ। କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ସନ୍ତୁଷ୍ଟ ରହିବେ। ଆପଣଙ୍କ ବନ୍ଧୁ ଆପଣଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରିବେ। ଜୀବନସାଥୀଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ।

କର୍କଟ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ସମାଜ କଲ୍ୟାଣ କାର୍ଯ୍ୟରେ ଆପଣ ଯୋଗଦାନ କରିବେ। ବ୍ୟବସାୟରେ ଉନ୍ନତି କରିବେ। ମାନସିକ ରୂପରେ ଆପଣଙ୍କୁ ଶାନ୍ତି ପ୍ରାପ୍ତ ହେବ। ବିଦ୍ୟାର୍ଥୀ ମାନଙ୍କୁ ଗୁରୁଜନଙ୍କ ସମସ୍ତ ଆଦେଶ ପାଳନ କରିବା ଆବଶ୍ୟକ, ତାହେଲେ ନିଶ୍ଚିତ ଭାବରେ ସଫଳତା ଅର୍ଜନ କରିବେ।

ସିଂହ ରାଶି :-ଆଜି ଆପଣଙ୍କୁ ଶୁଭ ଫଳ ପ୍ରାପ୍ତି ହେବ। କୌଣସି କଠିନ ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବରେ ବିଚାର କରନ୍ତୁ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଆପଣ ତୀର୍ଥ ଯାତ୍ରା କରିବା ପାଇଁ ଦୂର ସ୍ଥାନକୁ ଯାଇ ପାରନ୍ତି। ଅଚାନକ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି।

କନ୍ୟା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଯଦି ଆପଣ ଚାକିରି ବଦଳାଇବା ପାଇଁ ଚାହୁଁଛନ୍ତି, ତାହେଲେ ଏହି ସମୟ ଅନୁକୂଳ ରହିଛି। ବ୍ୟାପାର କ୍ଷେତ୍ରରେ ଲାଭ ପ୍ରାପ୍ତ କରିବା ପାଇଁ ଜୀବନସାଥୀଙ୍କ ଠାରୁ ପରାମର୍ଶ ଗ୍ରହଣ କରିବେ। କଠିନ ପରିସ୍ଥିତି ସମୟରେ ଧର୍ଯ୍ୟ ରଖନ୍ତୁ।

ତୁଳା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବରେ ନିଜର ବୁଦ୍ଧି ଓ ବିବେକ ପ୍ରୟୋଗ କରନ୍ତୁ। ଆପଣଙ୍କ ଆତ୍ମବିଶ୍ବାସ ଓ ପରାକ୍ରମରେ ବୃଦ୍ଧି ହେବ। ଆପଣ ନିଜ ଘର ପରିବାରର ଆବଶ୍ୟକତାକୁ ପୂରଣ କରିବେ। ସନ୍ତାନଙ୍କ ଭବିଷ୍ୟତକୁ ନେଇ ଆପଣ ଚିନ୍ତିତ ରହିବେ।

ବିଛା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଆପଣଙ୍କୁ ନିଜ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି। କୌଣସି କଠିନ କାର୍ଯ୍ୟ କରନ୍ତୁ ନାହିଁ। ବନ୍ଧୁଙ୍କ ସହିତ କଥାବାର୍ତ୍ତା କରି ଆପଣଙ୍କ ମନ ହାଲକା ହେବ। ପ୍ରେମ ଜୀବନରେ ଚାଲିଥିବା ସମସ୍ୟାର ସମାଧାନ ହେବ।

ଧନୁ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆପଣ କରିଥିବା ଯୋଜନା ସଫଳ ହେବ। କୌଣସି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ, ବରିଷ୍ଠ ଅଧିକାରୀଙ୍କ ସହିତ ପରାମର୍ଶ କରନ୍ତୁ। ବିଦ୍ୟାର୍ଥୀ ମାନଙ୍କୁ ପରୀକ୍ଷାରେ ଆଶାନୁରୂପ ସଫଳତା ହାସଲ କରିବା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ।

ମକର ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ସରକାରୀ କାର୍ଯ୍ୟରେ କଠିନ ପରିସ୍ଥିତି ସୃଷ୍ଟି ହୋଇପାରେ। ଭାଇଭଉଣୀଙ୍କ ମଧ୍ୟରେ ଚାଲିଥିବା ମତଭେଦ ଦୂର ହେବ। ପରିବାର ଲୋକଙ୍କ ସହିତ ଦୂର ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି। ଆୟରେ ବୃଦ୍ଧି ହେବ।

କୁମ୍ଭ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଆପଣ ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ବଢିବ। ଜୀବନସାଥୀ ଆପଣଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରିବେ। ପ୍ରେମ ସ୍ବୀକାର ପାଇଁ ଆଜିର ଦିନଟି ଅନୁକୂଳ ରହିଛି। ଅଟକି ରହିଥିବା ଟଙ୍କା ସଠିକ ସମୟରେ ଆପଣଙ୍କୁ ଫେରସ୍ତ ମିଳିବ।

ମୀନ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆପଣଙ୍କୁ କୌଣସି କାର୍ଯ୍ୟରେ ଶୀଘ୍ରତା ଦେଖାଇବାର ଆବଶ୍ୟକତା ନାହିଁ। ଅଯଥା ବିବାଦରେ ସାମିଲ ହୁଅନ୍ତୁ ନାହିଁ। ଶାରୀରିକ ଅସୁସ୍ଥତା ଅନୁଭବ କରି ପାରନ୍ତି। ଅଚାନକ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି।

Exit mobile version