Site icon ଆଜିକାଲି

୨୮ ସେପ୍ଟେମ୍ବର ବୁଧବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ:-ଆଇନଗତ ପ୍ରସଙ୍ଗରେ ବିଜୟି ହୋଇ ସମାଜରେ ଖ୍ୟାତି ଓ ସମ୍ମାନ ପାଇବେ । ନିଜର ଚିନ୍ତାଧାରାକୁ ସକାରାତ୍ମକ ରଖିବା ଫଳରେ ଲୋକମାନେ ଆପଣଙ୍କ ଉଦାର ପ୍ରକୃତିର ପ୍ରଶଂସା କରିବେ । ବ୍ୟକ୍ତିଗତ ବିଷୟ ସମ୍ବନ୍ଧରେ ସମ୍ପର୍କୀୟମାନେ ଆପଣଙ୍କଠାରୁ ମତାମତ ନେଇ ପାରନ୍ତି । ସୁନ୍ଦର ସ୍ଥାନକୁ ପରିବାର ସହିତ ରାତ୍ରୀ ଭୋଜନ ପାଇଁ ଯାଇପାରନ୍ତି । ବିବାହିତ ଜୀବନ ଅତ୍ୟନ୍ତ ଆନନ୍ଦଦାୟକ ହେବ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।

ବୃଷ:-ବ୍ୟବସାୟରେ କଠିନ ପରିଶ୍ରମର ସକରାତ୍ମକ ଫଳାଫଳ ପାଇବେ । ଯେକୌଣସି ପରିସ୍ଥିତିରେ, ଆପଣଙ୍କର ଭାବନା ଓ କ୍ରୋଧକୁ ନିୟନ୍ତ୍ରଣ କରି ଉଚ୍ଚାଧିକାରୀଙ୍କର ପ୍ରିୟପାତ୍ର ହୋଇ ପାରିବେ । ପିଲାମାନେ ପ୍ରତିଯୋଗିତା ମୂଳକ ପରୀକ୍ଷା ଏବଂ କ୍ୟାରିୟର ସମ୍ବନ୍ଧୀୟ ସଫଳତା ପାଇପାରିବେ । ଦଳଗତ କାର୍ଯ୍ୟ ଆପଣଙ୍କୁ ଅସୁବିଧାରେ ସାହାଯ୍ୟ କରିବ । ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ମିଥୁନ:-ପ୍ରିୟ କାର୍ଯ୍ୟ ବିଷୟରେ ବହୁତ ଆଗ୍ରହୀ ହେବେ ଓ ଅର୍ଥ ସ୍ଥିତିରେ ଉନ୍ନତି ହେବ । ବ୍ୟବସାୟ କ୍ଷେତ୍ରରେ ନିଜର ଦକ୍ଷତା ଅନୁଯାୟୀ ଆର୍ଥିକ ଲାଭ ପାଇବେ । ବୈଷୟିକ ଶିକ୍ଷା ସହିତ ଜଡିତ ଛାତ୍ରଛାତ୍ରୀମାନେ ଉତ୍କୃଷ୍ଟ ବୃତ୍ତି ବିକଳ୍ପ ପାଇପାରିବେ । କିଛି ଲୋକ ଆପଣଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିପାରନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ଭଲ ସୂଚନା ପାଇପାରିବେ । ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ରହିବେ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।

କର୍କଟ:-ଦଳଗତ ସମସ୍ୟାରେ ସଫଳତା ପାଇଁ ଗର୍ବିତ ହେବେ । ଏକ ବଡ କମ୍ପାନୀରୁ ଚାକିରିର ସୁଯୋଗ ପାଇପାରିବେ ଓ ନୂତନ ପ୍ରକଳ୍ପଗୁଡିକ ସହଜରେ ସମାଧାନ ହୋଇପାରେ । ଷ୍ଟକ୍ ମାର୍କେଟ୍ ସହିତ ଜଡିତ ଲୋକମାନେ ସାବଧାନତାର ସହିତ ବିନିଯୋଗ କରିବା ଉଚିତ୍ କାରଣ ବହୁତ ଭଲ ଲାଭ ପାଇ ପାରିବେ । ଆପଣଙ୍କର ଚିନ୍ତାଧାରାକୁ ଘନିଷ୍ଠ ବନ୍ଧୁମାନଙ୍କ ସହିତ ଅଂଶୀଦାର କରିପାରିବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ସିଂହ:-ସ୍ୱାସ୍ଥ୍ୟଗତ ସମସ୍ୟା କିମ୍ବା ଆଇନ୍ ଅଦାଲତ୍ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂରହେବ । ମାନସିକ ଶାନ୍ତି ଦେଖାଦେବ । ପରିଚାଳନା ସମ୍ବନ୍ଧୀୟ କାର୍ଯ୍ୟରେ ଆପଣ ସଫଳତା ପାଇବେ । ପାରିବାରିକ ରୁଟିନ୍ ସଂଗଠିତ ଏବଂ ଶୃଙ୍ଖଳିତ ରହିବ । ପ୍ରେମ ସମ୍ପର୍କ ଏକ ନୂତନ ସମ୍ପର୍କକୁ ମୋଡନେଇ ପାରେ । ସନ୍ତାନ ମାନଙ୍କ ଭବିଷ୍ୟତ ନେଇ ଖୁସି ରହିବେ । ରାଜନୀତିରେ ଶତୃମାନେ ଦୂରେଇ ଯିବା ଫଳରେ ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

କନ୍ୟା:-ନୂତନ ଯାନ କିଣି ପାରିବେ ଓ ପୂଜାଅର୍ଚ୍ଚନାରେ ନିୟୋଜିତ ହେବେ । ଉଚ୍ଚପଦାଧିକାରୀଙ୍କ ସହ ଆପଣଙ୍କର ସମ୍ପର୍କ ଆନ୍ତରିକ ହେବ । ଆତ୍ମବିଶ୍ୱାସର ସହିତ କାର୍ଯ୍ୟ ଉପରେ ଧ୍ୟାନ ଦିଅନ୍ତୁ ଆପଣଙ୍କର କାର୍ଯ୍ୟ ସୁରୁଖୁରୁରେ ହୋଇଯିବ । ପରିବାର ସହିତ ମନୋରଞ୍ଜନ କାର୍ଯ୍ୟକ୍ରମ ଉପଭୋଗ କରିବେ । ଦୃଢସଂକଳ୍ପ ନେଇ ନୂତନ କାର୍ଯ୍ୟ ଆରମ୍ଭ କରିବାର ଯୋଜନା ପ୍ରସ୍ତୁତ କରି ପାରିବେ । ପରୀକ୍ଷାରେ ଉଚ୍ଚ ଶ୍ରେଣୀ ମିଳିବ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

ତୁଳା:-ସମସ୍ତ ଅଫିସ୍ କାର୍ଯ୍ୟ ସୁରୁଖୁରୁରେ ଚାଲିବ । ଜୀବନସାଥିଙ୍କ ସମର୍ଥନ ଆପଣଙ୍କ ଚିନ୍ତାକୁ ହ୍ରାସ କରିବ ଅନେକ କାର୍ଯ୍ୟ ସଫଳତାରେ ପରିପୂର୍ଣ୍ଣ ହେବ । ବନ୍ଧୁ ବାନ୍ଧବଙ୍କ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଅଂଶଗ୍ରହଣ କରିପାରନ୍ତି । ଅନ୍ୟମାନଙ୍କ ଚିନ୍ତାଧାରାକୁ ଗୁରୁତ୍ୱ ଦେବାକୁ ନିଶ୍ଚିତ ହୁଅନ୍ତୁ । ପରିଶ୍ରମ ଓ କଷ୍ଟକରି ଶାନ୍ତିବଜାୟ ରଖିବେ । ବିଳାସପୂର୍ଣ୍ଣ ସମ୍ବଳ ପାଇଁ ଟଙ୍କା ଖର୍ଚ୍ଚ କରିବେ ଓ ଆପଣଙ୍କୁ ଅନାବଶ୍ୟକ ଭ୍ରମଣରେ ଯିବାକୁ ପଡିପାରେ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ବିଚ୍ଛା:-ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ଧନ ସମ୍ବନ୍ଧୀୟ ମାମଲାରେ ବିବେକ ଦ୍ଵାରା ବିଚାର କଲେ ଲାଭ ମିଳିବ । ରାଜନୀତି କ୍ଷେତ୍ରରେ ସୁବକ୍ତା, ଜନପ୍ରିୟ, ସଚ୍ଚୋଟ ବ୍ୟକ୍ତିରୁପେ ସମାଜର ସ୍ଵୀକୃତି ପାଇବେ । ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷାରେ ସମ୍ମାନିତ ହେବେ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ । କର୍ମକ୍ଷେତ୍ରରେ ସନ୍ତୋଷ ଲାଭ କରିବେ । ଉଧାର ଦେଇଥିବା ଟଙ୍କା ମିଳି ଯାଇ ପାରେ । ପ୍ରତିକାର-ଲାଲଚନ୍ଦନ ବା ସିନ୍ଦୁର ଟିକେ ମସ୍ତକରେ ଲଗେଇ ଦିଅନ୍ତୁ ।

ଧନୁ:-ନୂତନ ଦ୍ରବ୍ୟ କ୍ରୟ କରିବେ । ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ଆପଣଙ୍କର ଆର୍ଥିକ ଅବସ୍ଥା ଭଲ ରହିବ । ଜୀବନସାଥିଙ୍କ ସହିତ ସପିଂ କରିବାକୁ ଯାଇ ପାରନ୍ତି । ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବା ସହ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ବ୍ୟବସାୟରେ ଆଶା କରାଯାଉଥିବା ଠାରୁ ଆପଣ ଅଧିକ ଟଙ୍କା ପାଇବେ । ନୂତନ ଚିନ୍ତାଧାରା ଏବଂ କାର୍ଯ୍ୟ ଶୈଳୀର ପରାକାଷ୍ଠା ଯୋଗେ ବିଶେଷ ଲାଭ ପାଇବେ । ପ୍ରତିକାର- ହଳଦୀରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ ।

ମକର:-ଗୁରୁଜନଙ୍କ ସେବା ଓ ସହମତିରେ ଆଗକୁ ବଢିପାରିବେ । ବ୍ୟବସାୟରେ ଆୟ ଅଧିକ ହେବ । ମାଆବାପାଙ୍କର ଆରାମର ଯତ୍ନ ନିଅନ୍ତୁ । ନିଜର ଭାବନାକୁ ପରିବାର ସଦସ୍ୟଙ୍କ ସହ ବାଣ୍ଟିବେ । ବିରୋଧୀମାନେ ଆପଣଙ୍କ ବିଷୟରେ ଗୁଜବ ପ୍ରଚାର କରିପାରନ୍ତି । ନିଜର ପ୍ରତିଦ୍ୱନ୍ଦୀଙ୍କୁ ହାଲୁକା ଭାବେ ଗ୍ରହଣ କରନ୍ତୁ ନାହିଁ । ଧର୍ମାନୁଷ୍ଠାନରୁ ପରାମର୍ଶ ପାଇ ପ୍ରେମ ପ୍ରସଙ୍ଗରେ ସମ୍ପୂର୍ଣ୍ଣ ଉତ୍ସର୍ଗ ସହିତ ସମ୍ମତି ମିଳିପାରିବ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

କୁମ୍ଭ:-ସାମାଜିକ କାର୍ଯ୍ୟରେ ନିଜର ସକ୍ରିୟତା ବୃଦ୍ଧି ପାଇବା ଫଳରେ ସମ୍ମାନିତ ହେବେ । ବ୍ୟବସାୟରେ କରିଥିବା ପରିଶ୍ରମର ଫଳାଫଳ ଆପଣ ଅଳ୍ପସମୟ ମଧ୍ୟରେ ବିସ୍ତାର ରୂପରେ ପାଇବେ । ଅନ୍ୟମାନଙ୍କ ଠାରୁ ପରାମର୍ଶ ନେବା ଅପେକ୍ଷା ଆପଣଙ୍କ ଚିନ୍ତାଧାରାକୁ ଅଧିକ ପ୍ରାଧାନ୍ୟ ଦିଅନ୍ତୁ । ପ୍ରତିଦ୍ୱନ୍ଦିତା ପରୀକ୍ଷାରେ ସଫଳତା ଲାଭ କରିବେ । ସ୍ୱାସ୍ଥ୍ୟ ହାନୀ ହେବା ସହ ସନ୍ତାନ ମାନଙ୍କ ଭବିଷ୍ୟତ ନେଇ ଚିନ୍ତିତ ରହିବେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ମୀନ:-କଠିନ ପରିସ୍ଥିତିରେ ପ୍ରିୟଜନଙ୍କୁ ସାହାଯ୍ୟ କରିଥିବାରୁ ପ୍ରଶଂସିତ ହେବେ । କିଛି ସମ୍ପର୍କୀୟ ଆପଣଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ପାରନ୍ତି । ଜାଗାଜମି, ସମ୍ପତ୍ତିଆଦି କ୍ରୟ ବିକ୍ରୟରୁ ପ୍ରବଳ ଲାଭ ପାଇବେ । ପୁରୁଣା ସାଙ୍ଗମାନଙ୍କ ସହ ଭେଟହେବା ଫଳରେ ଅନେକ ପ୍ରକଳ୍ପ ଠିକ୍ ସମୟରେ ଶେଷ କରିବାର ଦୃଢତା ଆସିବ । ଅଫିସ୍ ରେ ଆପଣଙ୍କ ସିନିୟରମାନେ ଆପଣଙ୍କ ଉପରେ ସନ୍ତୁଷ୍ଟ ହେବା ସହ ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା କରିବେ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

Exit mobile version