Site icon ଆଜିକାଲି

ରାଷ୍ଟ୍ରପତିଙ୍କ ଉପରେ ପଶ୍ଚିମବଙ୍ଗ ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ, ମମତାଙ୍କୁ ଘେରିଲା ବିଜେପି


କୋଲକାତା : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ପଶ୍ଚିମବଙ୍ଗ ମନ୍ତ୍ରୀ ତଥା ଟିଏମସି ନେତା ଅଖିଳ ଗିରିଙ୍କ ମନ୍ତବ୍ୟ ନେଇ ବିବାଦ ସୃଷ୍ଟି ହୋଇଛି । ସେ ନନ୍ଦିଗ୍ରାମରେ ଏକ ସଭାରେ ରାଷ୍ଟ୍ରପତିଙ୍କ ଚେହେରା ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି ।

ରାଷ୍ଟ୍ରପତିଙ୍କ ଉପରେ ଟିଏମସି ନେତାଙ୍କ ବିବାଦୀୟ ମନ୍ତବ୍ୟ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛି ବିଜେପି । ମମତା ଓ ତାଙ୍କ ଦଳ ଆଦିବାସୀ ବିରୋଧୀ ବୋଲି କହିଛି ବିଜେପି । ଏହାଛଡ଼ା ପଶ୍ଚିମବଙ୍ଗ ବିଜେପି ଦାବି କରିଛି ଯେ ଅଖିଳ ଗିରି ରାଷ୍ଟ୍ରପତିଙ୍କ ଉପରେ ଏପରି ମନ୍ତବ୍ୟ ଦେଉଥିବା ବେଳେ ରାଜ୍ୟର ମହିଳା କଲ୍ୟାଣ ମନ୍ତ୍ରୀ ଶଶି ପଞ୍ଜା ମଧ୍ୟ ଉପସ୍ଥିତ ଥିଲେ ।

ବିଜେପି ନେତା ଅମିତ ମାଲବ୍ୟ ସୋସିଆଲ ମିଡିଆରେ ଅଖିଳ ଗିରିଙ୍କ ଉକ୍ତ ଭିଡିଓ ସେୟାର କରିଛନ୍ତି। ସେ କହିଛନ୍ତି- ମମତା ବାନାର୍ଜୀଙ୍କ ସର୍ବଦା ଆଦିବାସୀ ବିରୋଧୀ ଆଭିମୁଖ୍ୟ ରହିଆସିଛି। ନିର୍ବାଚନରେ ​​ସେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିନଥିଲେ ଏବଂ ବର୍ତ୍ତମାନ ତାଙ୍କୁ ଅସମ୍ମାନ କରାଯାଇଛି । ଏହା ବାକ୍ ସ୍ୱାଧୀନତାର ଲଜ୍ଜାଜନକ ସ୍ତର | ତେବେ ଏହି ବିବାଦ ଉପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଆସିନାହିଁ।

Exit mobile version