Site icon ଆଜିକାଲି

ଓଟିପି ସେୟାରିଂ ମାମଲାରେ ଅଭିଯୁକ୍ତ ପଠାଣି ସାମନ୍ତକୁ ରିମାଣ୍ଡରେ ନେବ ପଶ୍ଚିମବଙ୍ଗ ଏସଟିଏଫ

ଭୁବନେଶ୍ୱର : ବହୁଚର୍ଚ୍ଚିତ ଓଟିପି ସେୟାରିଂ ଓ ଆତଙ୍କୀ ଲିଙ୍କ ମାମଲାରେ ଗିରଫ ଅଭିଯୁକ୍ତ ପଠାଣି ସାମନ୍ତକୁ ରିମାଣ୍ଡରେ ନେବ ପଶ୍ଚିମବଙ୍ଗ ଏସଟିଏଫ । ଆଜିଠାରୁ ୫ ଦିନିଆ ରିମାଣ୍ଡରେ ନେଇପାରେ ଏସଟିଏଫ । ଗ୍ୟାଙ୍ଗଷ୍ଟର ଗୁଡୁ କୁମାର ଲିଙ୍କରେ ପଠାଣି ସାମନ୍ତଙ୍କୁ ହେବ ଅଧିକ ପଚରାଉଚରା । ପଶ୍ଚିମ ବଙ୍ଗର ସିଲିଗୁଡି ଥାନାରେ ପଠାଣିସାମନ୍ତ ନାଁରେ ପୂର୍ବରୁ ରହିଛି ମାମଲା । ରିମାଣ୍ଡ ସରିବା ପରେ ଝାରପଡ଼ା ଜେଲରେ ପଠାଣିସାମନ୍ତକୁ ଜେରା କରିବ ଏନଆଇଏ । ଅଭିଯୁକ୍ତ ପଠାଣିସାମନ୍ତ ଓ ଅଭିଜିତ ସଞ୍ଜୟ ଜାମ୍ବୁରେକୁ ମୁହାଁମୁହିଁ ଜେରା କରାଯାଇପାରେ । ଦୁବାଇ ଓ ପାକିସ୍ତାନ ବୁଲିବାକୁ ଯାଇଥିଲେ ସଞ୍ଜୟ, ପଠାଣି ଓ ଗୁଡୁ । ସେଠାରେ ଦେଶର କିଛି ଗୁଇନ୍ଦା ତଥ୍ୟ ଲିକ୍ କରିଥିବା ନେଇ ମିଳିଛି ସୁରାକ । ହନିଟ୍ରାପ୍ ଓ ପାକିସ୍ତାନ ଗୁଇନ୍ଦା ଏଜେଣ୍ଟ ଲିଙ୍କ୍ ନେଇ ଅଧିକ ପଚରାଉଚରା କରାଯିବ । ପୂର୍ବରୁ ଏନେଇ ଇଣ୍ଟେଲିଜେନ୍ସ ବ୍ୟୁରୋ ସହ ଯୋଗାଯୋଗରେ ରହିଛି ଏସଟିଏଫ । ଅଭିଯୁକ୍ତଙ୍କୁ ଜେରା କରିସାରିଛି ମୁମ୍ବାଇ ଆଣ୍ଟି ଟେରରିଷ୍ଟ ସ୍କ୍ବାଡ୍ । ପ୍ରି ଆକ୍ଟିଭେଟେଡ୍‌ ସିମ୍ ଜରିଆରେ ଅଭିଯୁକ୍ତମାନେ ଚଳାଇଥିଲେ କାରବାର । ଓଡ଼ିଶା ଏସଟିଏଫ ଅଭିଯୁକ୍ତଙ୍କୁ ଧରିବା ପରେ ଧିରେ ଧିରେ ଘଟଣାରୁ ଗୁମର ଖୋଲୁଛି।

Exit mobile version