Site icon ଆଜିକାଲି

ପଶ୍ଚିମ ଓଡ଼ିଶାର ବିଜେଡି ନେତା ପାଣ୍ଡିଆନଙ୍କ ମାରାଥନ ନିର୍ବାଚନ ପ୍ରଚାର: କହିଲେ ଏଥର ବି ନବୀନ ହେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ପଶ୍ଚିମ ଓଡ଼ିଶାର ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ନିର୍ବାଚନ ପ୍ରଚାର। ରଘୁନାଥପାଲୀ ଓ ବୀରମିତ୍ରପୁରରେ ନିର୍ବାଚନୀ ସଭାରେ ଯୋଗ ଦେଇ ବିଜେପି ଓ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ପାଣ୍ଡିଆନ। ପାଣ୍ଡିଆନ କହିଛନ୍ତି ଯେ, ବିରୋଧୀ ଦଳ ମିଛ ପ୍ରତିଶ୍ରୁତି ଦେବାରେ ବ୍ୟସ୍ତ। ଓଡ଼ିଶାରେ ନବୀନ ହାୱ। ବହୁଛି । ନବୀନ ପଟ୍ଟନାୟକ ପୁଣି ମୁଖ୍ୟମନ୍ତ୍ରୀ ହେବେ । ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ନବୀନ ମନେ ରଖନ୍ତି ଏବଂ ଏହାକୁ ପାଳନ କରନ୍ତି । ଅନ୍ୟ ନେତାଙ୍କ ଭଳି ମୁଖ୍ୟମନ୍ତ୍ରୀ ନୁହନ୍ତି । ଯାହା ଲୋକଙ୍କୁ କୁହନ୍ତି ତାହାକୁ ହୃଦୟର ସହ ପାଳନ କରନ୍ତି ବୋଲି ପାଣ୍ଡିଆନ କହିଛନ୍ତି।

୨୪ ବର୍ଷ ହେବ ମୁଖ୍ୟମନ୍ତ୍ରୀ ଲୋକଙ୍କ ହୃଦୟରେ ଅଛନ୍ତି । ତେଣୁ ଯେତେ ଭାଷଣ ଦେଲେ ବି ଲୋକଙ୍କ ହୃଦୟରୁ ମୁଖ୍ୟମନ୍ତ୍ରୀଙ୍କୁ କେହି ବାହାର କରିପାରିବେନି ବୋଲି ପାଣ୍ଡିଆନ କହିଛନ୍ତି।

Exit mobile version