Site icon ଆଜିକାଲି

ଘସିପୁରା ରାଜନୀତି କୁ ନେଇ ପୃଥ୍ବୀରାଜ କୁଅଁରଙ୍କ ସାମ୍ବାଦିକ ସମିଳନୀ

କେନ୍ଦୁଝର, କେନ୍ଦୁଝର ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଘଷିପୁରା ନିର୍ବାଚନ ମଣ୍ଡଳୀବାସୀ ଙ୍କୁ କେଇ ପଦ କଥା କହିବା ସହ ଦୀର୍ଘ ୨୪ ବର୍ଷର ଶାସନ କାଳ ଭିତରେ ଘଷିପୁରା ପାଇଛି କଣ ସେ ନେଇ ପ୍ରଶ୍ନ ଉଠାଇଛି । ଆଜି ବିଜେପି ଦଳ ର ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ପୃଥିରାଜ କୁଅର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରଥମେ ଏକ ଲିଫ ଲେଟ ଉନ୍ମୋଚନ କରିଥିଲେ । ସେଥିରେ ସେ ଘଷିପୁରା ର ବିଭିନ୍ନ ସମାସ୍ୟା ସମ୍ପର୍କରେ ଲେଖା ଥିବା ସହ ୨୦୦୩ ମସିହାରୁ ଆଜି ପର୍ଯ୍ୟନ୍ତ ଘଷିପୁରା ଅଞ୍ଚଳରେ ହୋଇଥିବା ଏକାଧିକ ହତ୍ୟାକାଣ୍ଡ ର ତାଲିକା ଜାରି କରିଛନ୍ତି । ଏହା ସହ ଏହି ଅଞ୍ଚଳ ରେ ହିଂସା ବୃଦ୍ଧି ପାଇଥିବା ସହ ଶାନ୍ତି ଓ ଧନ ଜୀବନ ସୁରକ୍ଷିତ ନାହିଁ ବୋଲି କହିଛନ୍ତି । ଦୀର୍ଘ ଦିନ ଧରି କ୍ଷମତା ରେ ଥିବା ନେତା ଙ୍କ ପୁଅ ମାନେ ଆତଙ୍କ ସୃଷ୍ଟି କରୁଛନ୍ତି । ଏହା ସହ ଅଞ୍ଚଳ ରେ ଶିକ୍ଷା ଓ ସ୍ଵାସ୍ଥ କ୍ଷେତ୍ର ରେ ଉନ୍ନତି ହୋଇ ହୋଇନଥିବା ସେ ଅଭିଯୋଗ କରିଛନ୍ତି ।

FacebookTwitterLinkedinWhatsapp
Exit mobile version